୧୨ରୁ ଡିସ୍‌କଭରି ଜିିତ୍‌ରେ ‘ସ୍ୱାମୀ ରାମଦେବ: ଏକ ସଂଘର୍ଷ’

Advertisment
୧୨ରୁ ଡିସ୍‌କଭରି ଜିିତ୍‌ରେ ‘ସ୍ୱାମୀ ରାମଦେବ: ଏକ ସଂଘର୍ଷ’

ନୂଆଦିଲ୍ଲୀ: ଡିସ୍‌କଭରି ଇଣ୍ଡିଆର ନୂଆ ମନୋରଞ୍ଜନ ଚ୍ୟାନେଲ୍‌ ଡିସ୍‌କଭରି ଜିତ୍‌ରେ ଚଳିତ ମାସ ୧୨ରୁ ସ୍ୱାମୀ ରାମଦେବ: ଏକ ସଂଘର୍ଷ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ରାମଦେବଙ୍କ ଜୀବନ କାହାଣୀ ପ୍ରଦର୍ଶିତ ହେବ। ସାରା ଦେଶ ପାଇଁ ବାବା ରାମଦେବ ଏବେ ଏକ ପ୍ରେରଣାର ଉତ୍ସ। କେଉଁଠାରୁ ସେ ଆସିଥିଲେ? ତାଙ୍କର ଜୀବନ ଯାତ୍ରା କିଭଳି ରହିଥିଲା? ଏସବୁ ପ୍ରଶ୍ନର ଉତ୍ତର ସ୍ୱାମୀ ରାମଦେବ: ଏକ ସଂଘର୍ଷରେ ମିଳିବ। ଏହି ନୂଆ କାର୍ଯ୍ୟକ୍ରମ ପାଇଁ ସୁଟିଂ ରାଜସ୍ଥାନ, ହରିଦ୍ୱାର ଓ ମୁମ୍ବାଇର ବିଭିନ୍ନ ସ୍ଥାନରେ ହୋଇଥିଲା। ଅଜୟ ଦେବଗନ୍‌ ଫିଲ୍ମସ ଏବଂ ଓ୍ଵାଟରଗେଟ୍‌ ପ୍ରଡକ୍ସନ ଦ୍ୱାରା ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଡିସ୍‌କଭରି କମ୍ୟୁନିକେସନ ଇଣ୍ଡିଆର ବରିଷ୍ଠ ଉପସଭାପତି କରଣ ବଜାଜ୍‌ କହିଛନ୍ତି ଯେ, ‘ଅନେକ ଘାତ ପ୍ରତିଘାତ ଦେଇ ସ୍ୱାମୀ ରାମଦେବଙ୍କ ଜୀବନ ଆଗକୁ ବଢ଼ିଥିଲା। ତାଙ୍କ ଜୀବନ କାହାଣୀ ଅନେକ ସମସ୍ୟା ସାମ୍ନା କରୁଥିବା ଲୋକମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe