ଭୁବନେଶ୍ୱର: ଚୀନ୍, ୟୁକ୍ରେନ୍ ଓ ବାଲାଂଦେଶରେ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ିବାର ସୁଯୋଗ ପ୍ରଦାନ କରୁଥିବା ସରସ୍ୱତୀ ଅନଲାଇନ୍ ଡଟ୍ କମ୍ ତରଫରୁ ଛୁଟିରେ ଭାରତ ଆସିଥିବା ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ସ୍ପର୍ଶ ହସ୍ପିଟାଲ୍ରେ ଏକ କ୍ଲିନିକାଲ୍ ଅବ୍ଜର୍ଭେସନ୍ ପ୍ରୋଗ୍ରାମ୍ (ସିଓପି) ଆୟୋଜନ କରାଯାଇଛି। ହସ୍ପିଟାଲ୍ର ଏମ୍ଡି ଡକ୍ଟର ପ୍ରିୟବ୍ରତ ଧୀରଙ୍କ ତତ୍ତ୍ୱାବଧାନରେ ଏହି ୧୫ ଦିନିଆ କାର୍ଯ୍ୟକ୍ରମ ଜୁଲାଇ ୩୦ରୁ ଆରମ୍ଭ ହୋଇଛି। ଏହ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଔଷଧ, ଅସ୍ତ୍ରୋପଚାର, ଅର୍ଥୋପେଡିକ୍, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତୀ, ହୃଦରୋଗ ଓ ଅନ୍ୟାନ୍ୟ ବିଭାଗରେ ବିଶେଷଜ୍ଞ ଡାକ୍ତରମାନଙ୍କ ସହିତ କାମ କରିବାର ସୁଯୋଗ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମର ସଂଯୋଜନା କରିଛନ୍ତି ସରସ୍ୱତୀ ଅନଲାଇନ୍ ଡଟ୍ କମ୍ର ଇନ୍ଚାର୍ଜ ସରୋଜ ମହାନ୍ତି।
ସରସ୍ୱତୀ ଅନ୍ଲାଇନ୍ ଡଟ୍କମ୍ର ସିଓପି କାର୍ଯ୍ୟକ୍ରମ
Advertisment
Follow Us