NDTV Profit
ନୂଆଦିଲ୍ଲୀ: ଲୋକଙ୍କ ନିକଟରେ ଭୋଜନ ପହଞ୍ଚାଉଥିବା ଦେଶର ଦୁଇ ଅନ୍ଲାଇନ୍ ପ୍ଲାଟ୍ଫର୍ମ ସ୍ବିଗି ଓ ଜୋମାଟୋ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି। ଏହି ଦୁଇ ସଂସ୍ଥା ଦେଶର ପ୍ରତିଯୋଗିତା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି କାରବାର କରୁଛନ୍ତି। ସେମାନେ ବଡ଼ ବଡ଼ ସଂସ୍ଥାକୁ ପ୍ରାଥମିକତା ଦେଉଛନ୍ତି। ସେମାନଙ୍କ ସହିତ ସ୍ବତନ୍ତ୍ର ରାଜିନାମା କରି ନିଜ ଆପ୍ ଓ ୱେବସାଇଟ୍ରେ ସେହି ସଂସ୍ଥାଗୁଡ଼ିକ ଯେଭଳି ଅଧିକ ବରାଦ ପାଇବେ ତାହାର ବ୍ୟବସ୍ଥା କରୁଥିବା ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) କରିଥିବା ଏକ ତଦନ୍ତରୁ ଜଣାପଡ଼ିଛି।
ତଦନ୍ତରୁ ସାମ୍ନାକୁ ଆସିଥିବା ତଥ୍ୟ କହୁଛି ଯେ ଜୋମାଟୋ କିଛି ରେସ୍ତୋରାଁଠାରୁ କମିସନ ନେଇ ସେମାନଙ୍କୁ ଅଗ୍ରାଧିକାର ଦେଉଛି। ସେହି ସମୟରେ ସ୍ବିଗି କିଛି ରେସ୍ତୋରାଁ ସହ ସ୍ବତନ୍ତ୍ର ରାଜିନାମା କରି ସେମାନଙ୍କ ବ୍ୟବସାୟ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରତିଶ୍ରୁତି ଦେଇଛି। ସେମାନେ ବଡ଼ ରେସ୍ତୋରାଁଗୁଡ଼ିକ ସହ ସ୍ବତନ୍ତ୍ର ବୁଝାମଣା କରି ସେମାନଙ୍କୁ ସାହାଯ୍ୟ କରୁଥିବାରୁ ଅନ୍ୟ ଛୋଟ ଛୋଟ ରେସ୍ତୋରାଁ ଲାଗି ବ୍ୟବସାୟର କୌଣସି ସୁଯୋଗ ରହୁନାହିଁ। ଭାରତୀୟ ଜାତୀୟ ରେସ୍ତୋରାଁ ସଂଘ ପକ୍ଷରୁ ଅଭିଯୋଗ କରାଯିବା ପରେ ସିସିଆଇ ପକ୍ଷରୁ ୨୦୨୨ରେ ଏହି ତଦନ୍ତ ଆରମ୍ଭ କରାଯାଇଥିଲା।
Follow Us