ରବିବାରରୁ ଆପେ ମିଳିବ ସ୍ବିସ୍ ବ୍ୟାଙ୍କ ତଥ୍ୟ

Advertisment
ରବିବାରରୁ ଆପେ ମିଳିବ ସ୍ବିସ୍ ବ୍ୟାଙ୍କ ତଥ୍ୟ

ନୂଆଦିଲ୍ଲୀ: ସ୍ବିସ୍ ବ୍ୟାଙ୍କରେ ଭାରତୀୟମାନେ ଜମା ରଖିଥିବା ଟଙ୍କା ସମ୍ପର୍କିତ ତଥ୍ୟ ଭାରତର ଟିକସ କର୍ତ୍ତୃପକ୍ଷଙ୍କୁ ଆସନ୍ତାକାଲି (ସେପ୍ଟେମ୍ବର ପହିଲା)ରୁ ଆପେ ମିଳିବ। କାରଣ ଦୁଇ ଦେଶ ମଧ୍ୟରେ ସ୍ବୟଂକ୍ରିୟ ସୂଚନା ଆଦାନପ୍ରଦାନ ବ୍ୟବସ୍ଥା ଆସନ୍ତାକାଲିଠାରୁ କାର୍ଯ୍ୟକ୍ଷମ ହେବ। ସ୍ବିସ୍ ବ୍ୟାଙ୍କରେ ଭାରତୀୟମାନେ ଜମା ରଖିଥିବା ଟଙ୍କା ସମ୍ପର୍କରେ ସୂଚନା ମିଳିଲେ କଳାଟଙ୍କା ବିରୋଧରେ ଭାରତ ସରକାର ଚଳାଇଥିବା ଅଭିଯାନ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ ହେବ। ଏଥିସହିତ ସ୍ବିସ୍ ବ୍ୟାଙ୍କ ଗୋପନୀୟତା ଯୁଗରେ ପୂର୍ଣ୍ଣଛେଦ ପଡ଼ିବ। ଦୁଇ ଦେଶ ମଧ୍ୟରେ ଆର୍ଥିକ ସୂଚନା ଆଦାନ ପ୍ରଦାନ ହେବା ପୂର୍ବରୁ ସ୍ବିଜରଲାଣ୍ଡର ଦୁଇ ଜଣିଆ ପ୍ରତିନିଧି ଦଳ ଅଗଷ୍ଟ ୨୯ ଏବଂ ୩୦ରେ ଭାରତ ଗସ୍ତରେ ଥିଲେ। ସେମାନେ ଏହି ଅବସରରେ ରାଜସ୍ବ ସଚିବ ଏ ବି ପାଣ୍ଡେ, ସିବିଡିଟି ଅଧ୍ୟକ୍ଷ ପି ସି ମୋଦୀ ଏବଂ ସିବିଡିଟି ସଦସ୍ୟ (ବିଧେୟକ) ଅଖିଳେଶ ରଂଜନଙ୍କୁ ଭେଟି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ୨୦୧୮ କ୍ୟାଲେଣ୍ଡର ବର୍ଷ ପାଇଁ ଭାରତୀୟମାନେ ସ୍ବିଜରଲାଣ୍ଡରେ ‌ରଖିଥିବା ସମସ୍ତ ଆର୍ଥିକ ଆକାଉଣ୍ଟର ସୂଚନା ଭାରତ ଆସନ୍ତାକାଲିଠାରୁ ପାଇବ ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି। ଏହି ସୂଚନା ମଧ୍ୟରେ ଯେଉଁ ଆକାଉଣ୍ଟଗୁଡ଼ିକ ୨୦୧୮ରେ ବନ୍ଦ ହୋଇଛି ତାହାର ସୂଚନା ମଧ୍ୟ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe