ସିଣ୍ଡିକେଟ୍ ବ୍ୟାଙ୍କ ୦.୧୫% ପର୍ଯ୍ୟନ୍ତ ସୁଧ ହାର କମାଇବ

Advertisment

ଆଞ୍ଚଳିକ କାର୍ଯ୍ୟାଳୟ-୨ର ନୂତନ ଗୃହ ଉଦଘାଟିତ

ଆଞ୍ଚଳିକ କାର୍ଯ୍ୟାଳୟ-୨ର ନୂତନ ଗୃହ ଉଦଘାଟିତ

ସିଣ୍ଡିକେଟ୍ ବ୍ୟାଙ୍କ ୦.୧୫% ପର୍ଯ୍ୟନ୍ତ ସୁଧ ହାର କମାଇବ

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ସିଣ୍ଡିକେଟ୍ ବ୍ୟାଙ୍କ ଆସନ୍ତା ମାସେରୁ ଦେଢ଼ମାସ ମଧ୍ୟରେ ରେପୋ ହାର ହ୍ରାସର ଲାଭ ଗ୍ରାହକଙ୍କୁ ପ୍ରଦାନ କରିବ। ରିଜର୍ଭ ବ୍ୟାଙ୍କ ଚଳିତ ସପ୍ତାହରେ ରେ‌ପୋ ହାର ୦.୨୫% କମାଇଛି। ଫଳରେ ସିଣ୍ଡିକେଟ୍ ବ୍ୟାଙ୍କ ଆଗାମୀ ଦିନରେ ଗ୍ରାହକଙ୍କୁ ୦.୧୦%ରୁ ୦.୧୫% ପର୍ଯ୍ୟନ୍ତ ସୁଧ ହାର ହ୍ରାସ କରିବ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବ୍ୟାଙ୍କର ଏମଡି ତଥା ସିଇଓ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସିଣ୍ଡିକେଟ୍ ବ୍ୟାଙ୍କ ଗତ ଡିସେମ୍ବର ତ୍ରୟମାସରେ ୧୦୮ କୋଟିର ଲାଭ କରିଥିବାବେଳେ ମାର୍ଚ୍ଚ ତ୍ରୟମାସରେ ଲାଭ ୧୨୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ୫୦୦ରୁ ୧୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ହାସଲ କରିବା ନେଇ ଆଶା ରଖିଛି । ରାଜ୍ୟରେ ୧୦୮ଟି ଶାଖା ମାଧ୍ୟମରେ ବ୍ୟାଙ୍କ ଗତ ଆର୍ଥିକ ବର୍ଷରେ ୫୨୦୦ କୋଟି ଟଙ୍କାର କାରବାର କରିଛି। ଚଳିତବର୍ଷ ବ୍ୟାଙ୍କ ପକ୍ଷରୁ ସାରା ଦେଶରେ ପ୍ରାୟ ୨୫୦ ଶାଖା ଖୋଲାଯିବା ଯୋଜନା ଥିବାବେଳେ ରାଜ୍ୟରେ ୨୫ରୁ ୩୦ଟି ଶାଖା ଖୋଲାଯିବା ଯୋଜନା ରହିଛି। ଚଳିତବର୍ଷ ବ୍ୟାଙ୍କ ପକ୍ଷରୁ ୧୨୦୦ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଆଇଆରସି ଭିଲେଜସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଥିବା ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ-୨ର ନୂତନ ଗୃହକୁ ଶ୍ରୀ ମହାପାତ୍ର ଆଜି ଉଦଘାଟନ କରିଛନ୍ତି। ଏଥିରେ କୋଲକାତା ଜୋନ୍‌ର ଜୋନାଲ୍‌ ମ୍ୟାନେଜର କବିରାଜ ପାଣିଗ୍ରାହୀ, ଭୁବନେଶ୍ବର-୧ର ଆଞ୍ଚଳିକ ପ୍ରବନ୍ଧକ ତଥା ଓଡ଼ିଶା ମୁଖ୍ୟ ମୁରଲୀଧର ବେହେ‌ରା, ଭୁବନେଶ୍ବର- ଆଞ୍ଚଳିକ କାର୍ଯ୍ୟାଳୟ ୨ର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦ୍ରକାନ୍ତ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe