ଏଚଡିଏଫସି, ଆକ୍ସିସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ଖବର, ସାମୟିକ ଭାବେ ବନ୍ଦ ରହିବ ଅନଲାଇନ ବ୍ୟାଙ୍କିଙ୍ଗ୍ ସେବା

ଏଚଡିଏଫସି, ଆକ୍ସିସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ଖବର, ସାମୟିକ ଭାବେ ବନ୍ଦ ରହିବ ଅନଲାଇନ ବ୍ୟାଙ୍କିଙ୍ଗ୍ ସେବା

ମୁମ୍ବାଇ :  ଦେଶର ପ୍ରମୁଖ ଘରୋଇ କ୍ଷେତ୍ରର ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କର ପ୍ରାୟ ୧୪ କୋଟି ଗ୍ରାହକ ଚଳିତ ସପ୍ତାହରେ ଅନଲାଇନ ବ୍ୟାଙ୍କିଙ୍ଗ ସେବାରେ ବାଧାର ସମ୍ମୁଖୀନ ହୋଇପାରନ୍ତି । ଏହି ଦୁଇ ବ୍ୟାଙ୍କ ସେମାନଙ୍କ ସିଷ୍ଟମର ଉନ୍ନତୀକରଣ କରୁଛନ୍ତି। ଏଥିପାଇଁ କେତେକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅନଲାଇନ ବ୍ୟାଙ୍କିଙ୍ଗ୍ ଓ ୟୁପିଆଇ ସେବା ବନ୍ଦ ରହିବ ।

ଏଚଡିଏଫସି ବ୍ୟାଙ୍କ କହିଛି ଯେ ଜୁଲାଇ ୧୩, ୨୦୨୪ ରେ ସକାଳ ୩ଟାରୁ ଅପରାହ୍ନ ୩.୪୫ ଏବଂ ସକାଳ ୯.୩୦ରୁ ୧୨.୪୫ ପର୍ଯ୍ୟନ୍ତ ଗ୍ରାହକଙ୍କୁ ୟୁପିଆଇ ସେବା ଉପଲବ୍ଧ ହେବ ନାହିଁ। ଏହାବ୍ୟତୀତ, ବ୍ୟବସାୟୀମାନେ କାର୍ଡ ମାଧ୍ୟମରେ ଦେୟ ପାଇବା ଜାରି ରଖିବେ, କିନ୍ତୁ ପୂର୍ବ ଦିନର ଦେୟ ପାଇଁ ଆକାଉଣ୍ଟର ଅପଡେଟ୍ ଅପଗ୍ରେଡ୍ ପରେ ହିଁ ଉପଲବ୍ଧ ହେବ। ବ୍ୟାଙ୍କର କହିବା ଅନୁଯାୟୀ, ସିଷ୍ଟମ ଅପଗ୍ରେଡ୍ ସମୟରେ ଏଚଡିଏଫସି ବ୍ୟାଙ୍କ ଗ୍ରାହକମାନେ ନିଜର ଡେବିଟ୍ ଓ କ୍ରେଡିଟ୍ କାର୍ଡକୁ ସ୍ୱାଇପ୍ ମେସିନ୍ ଏବଂ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ପାଇଁ ବ୍ୟବହାର କରିପାରିବେ, କିନ୍ତୁ ସୀମିତ ପରିମାଣରେ।

ସେହିପରି ଆକ୍ସିସ୍ ବ୍ୟାଙ୍କ କହିଛି ଯେ, ଜୁଲାଇ ୧୨ ତାରିଖ ରାତି ୧୦ଟାରୁ ୧୪ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ବ୍ୟାଙ୍କର ପ୍ଲାଟଫର୍ମରେ କେତେକ ସେବା ଉପଲବ୍ଧ ହେବ ନାହିଁ । ଆକ୍ସିସ୍ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ ରେ ସେବା, ଏନ୍ଇଏଫଟି, ଆରଟିଜିଏସ୍ ଏବଂ ଆଇଏମ୍ ପିଏସ୍ ମାଧ୍ୟମରେ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରୁ ପାଣ୍ଠି ସ୍ଥାନାନ୍ତର, କ୍ରେଡିଟ୍ କାର୍ଡ କାରବାର, ମ୍ୟୁଚୁଆଲ୍ ଫଣ୍ଡ ସବସ୍କ୍ରିପସନ ଏବଂ ଋଣ ସେବା ଜୁଲାଇ ୧୩ରୁ ଜୁଲାଇ ୧୪ ମଧ୍ୟରେ ଅସ୍ଥାୟୀ ଭାବେ ଉପଲବ୍ଧ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe