ଓଡ଼ିଶାରେ ନିବେଶ କରିବେ ତାଇଓ୍ଵାନ୍‌ କଂପାନି

Advertisment
ଓଡ଼ିଶାରେ ନିବେଶ କରିବେ ତାଇଓ୍ଵାନ୍‌ କଂପାନି

ଭୁବନେଶ୍ୱର: ଇଣ୍ଡିଆନ୍‌ ଅଏଲ୍‌ ସହିତ ମିଶି ତାଇଓ୍ଵାନ୍‌ର କଂପାନି ଓଡ଼ିଶାରେ ନିବେଶ କରିବେ। ଓଡ଼ିଶାରେ ସେମାନେ ୪୩ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ ସମ୍ଭାବନାର ବାଟ ସୃଷ୍ଟି ହୋଇପାରିବ ବୋଲି ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ କୁହାଯାଇଛି। ଆଜି ଭାରତ ସରକାରଙ୍କ ଇନଭେଷ୍ଟ୍‍ ଇଣ୍ଡିଆ ତରଫରୁ ତାଇଓ୍ଵାନ୍‌ର ସରକାରଙ୍କ ପ୍ରତିନିଧି ଓ ତାଇଓ୍ଵାନ୍‌ର ପେଟ୍ରୋଲିୟମ୍‌ କଂପାନି ସିପିସିର ପ୍ରତିନିଧିଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ଇଣ୍ଡିଆନ୍‌ ଅଏଲ୍‌ ସହ ମିଶି ତାଇଓ୍ଵାନ୍‌ର କଂପାନି ଓଡ଼ିଶାରେ ନିବେଶ କରିବାକୁ ଲକ୍ଷ୍ୟ ରଖିଥିବା ଏହି ଆଲୋଚନା ବୈଠକରୁ ଜଣାପଡ଼ିଛି। ଏହି ପ୍ରତିନିଧିମାନେ ପାରାଦୀପ ଗସ୍ତ କରିବା ପରେ ସମ୍ପୂର୍ଣ୍ଣ ବ୍ୟାବସାୟିକ ରୂପରେଖ ଚୂଡ଼ାନ୍ତ ହୋଇପାରିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ତାଇଓ୍ଵାନ୍‌ର ପ୍ରତିନିଧି ଦଳ ପାରାଦୀପ ଗସ୍ତ କରିବେ ଓ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe