ତନିସ୍କର ଦୀପାବଳି ଅଫର

Advertisment
ତନିସ୍କର ଦୀପାବଳି ଅଫର

ଭୁବନେଶ୍ବର: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଦୀପାବଳି ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ସୁନା ଗହଣାର ଗଢ଼ା ମୂଲ୍ୟ ଓ ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ଅଫର ସୀମିତ ସମୟ ଲାଗି ଉପଲବ୍ଧ ରହିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ତନିସ୍କ ପକ୍ଷରୁ ନୂଆ ‘ଉତ୍ସାହ’ ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଆଧୁନିକତା ସହିତ ବିବିଧତା ଚାହୁଥିବା ମହିଳାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସମ୍ଭାରର ଅଳଙ୍କାରଗୁଡ଼ିକୁ ତିଆରି କରାଯାଇଛି। ଆଧୁନିକ ତାରକସି, ଷ୍ଟାମ୍ପ୍ ଓ ତାର କାମ, ଏନାମେଲ୍, ଟିକ୍‌ଲି, ରାୱା, ବଲ୍‌ କାର୍ଯ୍ୟ ଓ ଷ୍ଟୋନ୍ ଉପରେ ଜାଲି ଭଳି କାରିଗରୀ କୌଶଳକୁ ଏଥିରେ ବ୍ୟବହାର କରାଯାଇଛି। ଭରତୀୟ ଚରଖାର ରୂପରେଖରୁ ଅନୁପ୍ରାଣିତ ହୋଇ ଏହି ଗହଣାଗୁଡ଼ିକୁ ଡିଜାଇନ୍ କରାଯାଇଛି। ଏହି ସମ୍ଭାରରେ ଥିବା ଗହଣାଗୁଡ଼ିକର ମୂଲ୍ୟ ୩୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe