ଭୁବନେଶ୍ବର: ତନିସ୍କ ପକ୍ଷରୁ ଏଭ୍ରି ଓମ୍ୟାନ୍ ଏ ଡାଇମଣ୍ଡ୍ ବିଷୟରେ ଘୋଷଣା କରାଯାଇଛି। ଏହା ହେଉଛି କଂପାନିର ସର୍ବବୃହତ ହୀରା ଗହଣା ସମ୍ଭାର ଯେଉଁଥିରେ ରହିଛି ମୁଦି, ଇୟର ରିଙ୍ଗ, ପେଣ୍ଡାଣ୍ଟ୍, ନେକ୍ଲେସ୍, ବ୍ରେସ୍ଲେଟ୍, ଚୁଡ଼ି ଓ ଆହୁରି ବହୁ କିଛି। ମହିଳାମାନଙ୍କ ଜୀବନର ଆସାଧାରଣ କାହାଣୀକୁ ବର୍ଣ୍ଣନା କରୁଛି ଏହି ସମ୍ଭାରର ପ୍ରତିଟି ଗହଣା। ନାରୀତ୍ବକୁ ପାଳନ କରିବା ଲାଗି ତନିସ୍କ ପକ୍ଷରୁ ହୀରା ଗହଣା ମୂଲ୍ୟ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଏହି ଅଫର ସମସ୍ତ ତନିସ୍କ ଷ୍ଟୋରରେ ସୀମିତ ସମୟ ପାଇଁ ବୈଧ ରହିଛି। ଗ୍ରାହକମାନଙ୍କ ପାଇଁ ତନିସ୍କ ଷ୍ଟୋର୍ରେ ସ୍ବର୍ଣ୍ଣ ମାନର ସୁରକ୍ଷା ପ୍ରୋଟୋକଲ୍ କାର୍ଯ୍ୟକାରୀ କରାଯାଇଛି। ଗ୍ରାହକମାନେ କଂପାନିର ୱେବସାଇଟ୍ରୁ ମଧ୍ୟ ଏହି ଗହଣାଗୁଡ଼ିକୁ ମଗାଇପାରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି।
ତନିସ୍କର ‘ଏଭ୍ରି ଓମ୍ୟାନ୍ ଏ ଡାଇମଣ୍ଡ୍’
Advertisment
Follow Us