ତନିସ୍କର ନୂଆ ମଙ୍ଗଳସୂତ୍ର ସମ୍ଭାର ‘ଡୋର୍‌’

Advertisment
ତନିସ୍କର ନୂଆ ମଙ୍ଗଳସୂତ୍ର ସମ୍ଭାର ‘ଡୋର୍‌’

ଭୁବନେଶ୍ବର: ତନିସ୍କ ପକ୍ଷରୁ ନୂଆ ମଙ୍ଗଳସୂତ୍ର ସମ୍ଭାର ଡୋର୍‌କୁ ଉନ୍ମୋଚନ କରାଯାଇଛି। ଆଧୁନିକ ନାରୀଙ୍କୁ ଦୃଷ୍ଟିରେ ରଖି ସୁନା ଓ ହୀର‌ାରେ ଏହି ମଙ୍ଗଳସୂତ୍ରଗୁଡ଼ିକୁ ତିଆରି କରାଯାଇଛି। ଲଗାତାର ଭାବେ ଆଗକୁ ବଢ଼ୁଥିବା ଆଧୁନିକ ମହିଳାଙ୍କ ପ୍ରଗତିଶୀଳ ବ୍ୟକ୍ତିତ୍ବକୁ ସମ୍ମାନ ଜଣାଇ କଂପାନି ଏହି ନୂତନ ସମ୍ଭାର ଆଣିଛି।

୧୫ ଜଟିଳ ଡିଜାଇନ୍‌ର ଏହି ସମ୍ଭାରରେ ପରମ୍ପରାକୁ ସ୍ବତନ୍ତ୍ର ଢଙ୍ଗରେ ଜୀବନ୍ତ ରଖିବାକୁ ଉଦ୍ୟମ କରାଯାଇଛି। ବିବାହ ବନ୍ଧନର ‘ସାତ୍‌ ବଚନ୍‌’କୁ ମଙ୍ଗଳସୂତ୍ରରେ ଅଙ୍କନ କରାଯାଇଛି। ବିଭିନ୍ନ ଶୈଳୀର ମଙ୍ଗଳସୂତ୍ର ଏହି ସମ୍ଭାରରେ ରହିଛି ଯାହାର ମହତ୍ବ ଭିନ୍ନ ଭିନ୍ନ। ଏହି ନୂତନ ସମ୍ଭାର ସମ୍ପର୍କରେ ଟାଇଟାନ୍ କଂପାନି ଲିମିଟେଡ୍‌ର ଗହଣା ଡିଭିଜନ୍‌ର ଡିଜାଇନ୍ ମୁଖ୍ୟ ଅଭିଶେଷ ରସ୍ତୋଗୀ କହିଛନ୍ତି ଯେ ଆଜିର ମହିଳାମାନେ ଏଭଳି ଡିଜାଇନ୍ ପସନ୍ଦ କରୁଛନ୍ତି ଯାହା କେବଳ ତାଙ୍କ ସମୁଦାୟ ନୁହେଁ ବରଂ ତାଙ୍କ ବ୍ୟକ୍ତିତ୍ବର ପରିପ୍ରକାଶ କରୁଛି। ଆମ ନୂଆ ସମ୍ଭାର ‘ଡୋର’ ହେଉଛି କାର୍ଯ୍ୟଦକ୍ଷତା, ଚମକ ଓ ବହୁମୁଖୀ ପ୍ରତିଭାର ଏକ ସୁନ୍ଦର ସନ୍ତୁଳନ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe