ତନିସ୍କର ସାବିତ୍ରୀ ବ୍ରତ ଅଫର

Advertisment
ତନିସ୍କର ସାବିତ୍ରୀ ବ୍ରତ ଅଫର

ଭୁବନେଶ୍ବର : ତନିସ୍କ ପକ୍ଷରୁ ସାବିତ୍ରୀ ବ୍ରତ ପରିପ୍ରେକ୍ଷୀରେ ସ୍ବତନ୍ତ୍ର ଗହଣା ସମ୍ଭାର ଓ ଅଫର ଘୋଷଣା କରାଯାଇଛି। ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କଂପାନିର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ଅମିତ ଧରାପ କହିଛନ୍ତି ଯେ ଚଳିତ ମାସ ୨୭ରୁ ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଫରରେ ଗ୍ରାହକମାନେ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଓ ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇବେ। ରାଜ୍ୟର ସମସ୍ତ ତନିସ୍କ ଷ୍ଟୋର୍‌ରେ ଏହି ଅଫର ଉପଲବ୍ଧ ହୋଇଛି।

କଂପାନି ଆଣିଥିବା ନୂଆ ଗହଣା ସମ୍ଭା‌ରରେ ରହିଛି ନେକ୍‌ଲେସ୍‌, ଇୟରରିଙ୍ଗ୍‌, ଚୁଡ଼ିରୁ ମାଙ୍ଗଟିକା ପର୍ଯ୍ୟନ୍ତ ବହୁ କିଛି। ଏହି ଅବସରରେ କଂପାନିର ଆର୍‌ବିଏମ୍ ଆଲୋକ ରଞ୍ଜନ ଓ ବିଜ୍‌ନେସ୍‌ ଆସୋସିଏଟ୍‌ ପପୁ ହଂସ ଉପସ୍ଥିତ ଥିଲେ। ବ୍ରାଇଡ୍‌ସ ଅଫ୍‌ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ କଂପାନିର ଗ୍ରାହକମାନଙ୍କ ମଧ୍ୟରୁ ଚୟନ କରାଯାଇଥିବା ଦୁଇ ବ୍ରାଣ୍ଡ୍‌ ଆମ୍ବାସାଡର ନୂତନ ଗହଣାକୁ ପ୍ରଦର୍ଶନ କରିଥିଲେ। କଂପାନି ପକ୍ଷରୁ ସନ୍ଧ୍ୟାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ୭୦୦ ଗ୍ରାହକ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe