ଏପ୍ରିଲ୍‌ ମାସରୁ ଗାଡ଼ି ଦର ବଢ଼ାଇବେ ଟାଟା ଏବଂ ଅନ୍ୟାନ୍ୟ କାର୍‌ ନିର୍ମାତା

Advertisment
ଏପ୍ରିଲ୍‌ ମାସରୁ ଗାଡ଼ି ଦର ବଢ଼ାଇବେ ଟାଟା ଏବଂ ଅନ୍ୟାନ୍ୟ କାର୍‌ ନିର୍ମାତା

ନୂଆଦିଲ୍ଲୀ: କଞ୍ଚାମାଲ ଦର ବୃଦ୍ଧିଜନିତ ସମସ୍ୟାକୁ ମୁକାବିଲା କରିବାକୁ ଆସନ୍ତା ମାସ ଠାରୁ ବିଭିନ୍ନ ମଡେଲ୍‌ର କାର୍‌ ଦର ବଢ଼ାଇବାକୁ ମଟରଗାଡ଼ି ନିର୍ମାତା ଟାଟା ମୋଟର୍ସ ଏବଂ ନିାସାନ ଇଣ୍ଡିଆ ଘୋଷଣା କରିଛନ୍ତି।

ଏକ ବିବୃତିରେ ଟାଟା ମଟର୍ସ କହିଛି ଏପ୍ରିଲ୍‌ ପହିଲାରୁ ପାସେଞ୍ଜର୍‌ ଭେଇକ୍ଲର ମୂଲ୍ୟ ୬୦, ୦୦୦ ଟଙ୍କା ଯାଏଁ ବଢ଼ାଯିବ।

ଟାଟା ମୋଟର୍ସ ପାସେଞ୍ଜର୍‌ ଭେଇକ୍ଲ୍‌ ବିଜ୍‌ନେସ୍‌ର ଅଧ୍ୟକ୍ଷ ମୟାଙ୍କ ପାରିକ କହନ୍ତି: କଞ୍ଚାମାଲ ଦର ବୃଦ୍ଦି, ପରିବର୍ତ୍ତନଶାଳୀ ବଜାର ପରିସ୍ଥିତି ଏବଂ କେତେକ ବାହ୍ୟ ଅର୍ଥନୈତିକ କାରଣ ମୂଲ୍ୟ ବୃଦ୍ଧି କଥା ଚିନ୍ତା କରିବାକୁ ଆମକୁ ବାଧ୍ୟ କରିଛି।

ନିସାନ ମଧ୍ୟ ତା’ର ଗାଡ଼ିମଟରର ଦାମ ବଢ଼ାଇବ ବୋଲି କହିଛି। ଆସନ୍ତା ମାସ ଠାରୁ ଭାରତରେ ଦାତସନ୍‌ ବ୍ରାଣ୍ଡ୍‌ ସମେତ ଅନ୍ୟାନ୍ୟ ଗାଡ଼ିର ମୂଲ୍ୟ ୨% ବୃଦ୍ଧି କରାଯିବ।

ଗତ ସପ୍ତାହରେ ଜର୍ମାନର ବିଳାସମୟ କାର୍‌ ନିର୍ମାତା ଅଡି ଆସନ୍ତା ଏପ୍ରିଲ୍‌ ପହିଲାରୁ ଗାଡ଼ିର ଦର ୧ ରୁ ୯ ଲକ୍ଷ ଟଙ୍କା ମଧ୍ୟରେ ବୃଦ୍ଧି କରିବାକୁ ଘୋଷଣା କରିଥିଲା। ବଜେଟ୍‌ରେ କଷ୍ଟମ୍‌ ଡିୟୁଟି ବୃଦ୍ଧିର ପ୍ରଭାବ ଏଡ଼ାଇବାକୁ ଏ ପରି କରାଯାଇଥିବା କମ୍ପାନି ତରଫରୁ କୁହାଯାଇଛିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe