ନୀଳାଚଳ ଇସ୍ପାତର ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ କଲା ଟାଟା ଷ୍ଟିଲ

Advertisment
ନୀଳାଚଳ ଇସ୍ପାତର ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ କଲା ଟାଟା ଷ୍ଟିଲ

Image Courtesy of NINL

ଭୁବନେଶ୍ବର : ଟାଟା ଷ୍ଟିଲର ଶାଖା କମ୍ପାନି ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ଲିମିଟେଡ଼ ପକ୍ଷରୁ ଓଡ଼ିଶାର କଳିଙ୍ଗନଗରଠାରେ ଥିବା ବାର୍ଷିକ ୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ (ଏନ୍ଆଇଏନ୍ଏଲ୍) ର ୯୩.୭୧ ପ୍ରତିଶତ ଅଂଶଧନ ଅଧିଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ସୋମବାରଦିନ ଏ ସମ୍ପର୍କରେ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ ଡିସ୍ଇନ୍ଭେଷ୍ଟମେଣ୍ଟ ଓ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ ଦ୍ୱାରା ପରିଚାଳିତ ପ୍ରକ୍ରିୟାନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖ ଦିନ  ହୋଇଥିବା ସେୟାର ବିକ୍ରି ଓ କ୍ରୟ ଚୁକ୍ତିନାମାରେ ଥିବା ନିୟମ ଓ ସର୍ତ୍ତ ଅନୁସାରେ ଅଧିଗ୍ରହଣ ସମ୍ପନ୍ନ କରାଯାଇଛି । ଏଥିପାଇଁ ଟାଟା ପକ୍ଷରୁ ମୋଟ ୧୨,୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

publive-image

କଳିଙ୍ଗନଗରରେ ଅବସ୍ଥିତ ଟାଟା ଷ୍ଟିଲର ଅତ୍ୟାଧୁନିକ କାରଖାନା ନିକଟରେ ଥିବାରୁ ଏନ୍ଆଇଏନ୍ଏଲ୍ ଟାଟା ଷ୍ଟିଲ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ସମ୍ମିଳିତ ଭିତ୍ତିଭୂମି, ସମ୍ବଳ, ପରିଚାଳନା ଇଦ୍ୟାତିରେ ସମନ୍ୱୟ ଯୋଗାଇ ଦେବା ସହିତ ଏକ ଉତ୍ସର୍ଗୀକୃତ ଓ ଦୀର୍ଘସ୍ଥାୟୀ ଲଙ୍ଗ୍ ପ୍ରଡକ୍ଟସ୍ କମ୍ପ୍ଲେକ୍ସ ଗଠନ କରିବା ଦିଗରେ ସୁଯୋଗ ପ୍ରଦାନ କରିବ ।

ଯଥା ଶୀଘ୍ର ବାର୍ଷିକ ୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ସହିତ ମିଳିତ ଭାବେ କାର୍ଯ୍ୟ କରି ଆଗାମୀ କିଛି ବର୍ଷ ମଧ୍ୟରେ  ବାର୍ଷିକ ୪.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଲଙ୍ଗ ପ୍ରଡକ୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ମାଧ୍ୟମରେ କ୍ଷମତା ସଂପ୍ରସାରିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହାସହିତ ୨୦୩୦ ସୁଦ୍ଧା ଏହାର କ୍ଷମତାକୁ ବାର୍ଷିକ ୧୦ ନିୟୁତ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe