ଭୁବନେଶ୍ୱର: ଟାଟା ଡୋକୋମୋ ପକ୍ଷରୁ ପ୍ରିପେଡ୍ ଗ୍ରାହକ ମାନଙ୍କ ପାଇଁ ଚାରୋଟି ପ୍ଲାନ୍ର ଶୁଭାରମ୍ଭ କରାଯାଇଛି। ପ୍ରଥମ ପ୍ଲାନ୍ରେ ଗ୍ରାହକମାନେ ୧୪୮ ଟଙ୍କାର ରିଚାର୍ଜରେ ଅସୀମିତ ଲୋକାଲ ଏବଂ ଏସଟିଡି କଲ୍ ସହିତ ୨ ଜିବି ଡାଟା ୨୮ ଦିନ ପର୍ଯ୍ୟନ୍ତ ପାଇପାରିବେ। ଦ୍ୱିତୀୟ ପ୍ଲାନ୍ରେ ଗ୍ରାହକମାନେ ୩୪୯ ଟଙ୍କାରେ ପ୍ରତ୍ୟେକ ଦିନ ୧ ଜିବି ଡାଟା ଏବଂ ଅସୀମିତ ଲୋକାଲ ଏବଂ ଏସଟିଡି କଲ୍ ସୁବିଧା ୫୬ ଦିନ ଯାଏଁ ପାଇପାରିବେ। ଉକ୍ତ ଦୁଇଟି ପ୍ଲାନ୍ ବ୍ୟତୀତ ୬୪ ଟଙ୍କାର ପ୍ରଥମ ରିଚାର୍ଜରେ ଗ୍ରାହକ ଯେକୌଣସି ନେଟଓ୍ଵାର୍କକୁ ମିନିଟ୍ ପିଛା ୨୦ ପଇସାରେ ଲୋକାଲ ଏବଂ ଏସ୍ଟିଡି କଲ୍ କରିପାରିବେ। ତେବେ ଆଗରୁ ଥିବା ଗ୍ରାହକଙ୍କ ପାଇଁ ଏହି ସୁବିଧା ସ୍ୱତନ୍ତ୍ର ୨୨ ଟଙ୍କାର ଟାରିଫ୍ ଭାଉଚର୍ରେ ମିଳିବ। ଏହି ସବୁ ପ୍ଲାନ୍ ଗୁଡ଼ିକ ସବୁ ହ୍ୟାଣ୍ଡସେଟ୍ ପାଇଁ ପ୍ରଯୁଜ୍ୟ ରହିବ।
ଟାଟା ଡୋକୋମୋ ପକ୍ଷରୁ ଆକର୍ଷଣୀୟ ପ୍ରିପେଡ୍ ପ୍ଲାନ୍
Advertisment
Follow Us