ଭୁବନେଶ୍ବର: ଟାଟା ମୋଟର୍ସ ପକ୍ଷରୁ ଲଘୁ ବାଣିଜ୍ୟିକ ଯାନ (ଏଲ୍ସିଭି) ଏଲ୍ପିଟି ୪୦୭ ଇଏକ୍ସ ଏଫ୍ଇକୁ ଉନ୍ମୋଚନ କରାଯାଇଛି। ଏହାର ପ୍ରଦର୍ଶନ ଉଚ୍ଚ ସ୍ତରରେ ହୋଇଥିବା ବେଳେ ପରିଚାଳନା ଖର୍ଚ କମ୍ ରହିବ। ଏହା ହେଉଛି ଷ୍ଟାଇଲ୍, ଆରାମ ଓ ସୁରକ୍ଷାର ସମିଶ୍ରଣ। ଏଥିରେ ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ବ୍ୟବହାର କରାଯାଇଛି ଯାହା ଏହାକୁ ଅନ୍ୟ ଟ୍ରକ୍ମାନଙ୍କ ଠାରୁ ଭିନ୍ନ କରିଛି। ଫଳ ଓ ପନିପରିବା ପରିବହନ, ଦୁଗ୍ଧ, ମାଛ. କୁକୁଡ଼ା, ଏଲ୍ପିଜି ସିଲିଣ୍ଡର୍, ଅଟୋ ଉପକରଣ, ଏଫ୍ଏମ୍ସିଜି ଉତ୍ପାଦ ପରିବହନ ଓ ଲଜିଷ୍ଟିକ୍ କାମରେ ଏହାକୁ ବ୍ୟବହାର କରାଯାଇପାରିବ। ଏହି ଟ୍ରକ୍ ୧୦.୬ ଫୁଟ ଲମ୍ବାର ଡେକ୍ବଡି ଓ ୩.୩ ଟନ୍ ପେଲୋଡ୍ କ୍ଷମତାରେ ଉପଲବ୍ଧ ହେଉଛି। ଏହା ଉପରେ ତିନି ବର୍ଷ କିମ୍ବା ୩ ଲକ୍ଷ କିମିର ୱାରେଣ୍ଟି ପ୍ରଦାନ କରାଯାଉଛି। ଏହା ସର୍ବୋତ୍କୃଷ୍ଟ ମାଇଲେଜ୍ ପ୍ରଦାନ କରୁଥିବା ବେଳେ ଏହାର ଇଞ୍ଜିନ ଶ୍ରେଷ୍ଠ ମାନର ରହିଛି। ଏଥିରେ ବଡ ରାଡିଆଲ୍ ଟାୟାର ବ୍ୟବହାର କରାଯାଇଛି। େଯକୌଣସି ପ୍ରକାର ରାସ୍ତାରେ ଦୌଡ଼ିବାକୁ ଏହା ସବୁ ବେଳେପ୍ର ସ୍ତୁତ ରହିବ। ଉନ୍ମୋଚନ ଅବସରରେ ଟାଟା ମୋଟର୍ସର ମହାପ୍ରବନ୍ଧକ-ଓଡ଼ିଶା ଅଭିଶେକ ଗୁପ୍ତା, ଉପ ମହାପ୍ରବନ୍ଧକ (ଆଇଏଲ୍ସିଭି ଟ୍ରକ୍) ଦୀପଙ୍କର ପାଣ୍ଡେ, ବରିଷ୍ଠ ପ୍ରବନ୍ଧକ-ଆଇଏଲ୍ସିଭି ଟ୍ରକ୍ ସମ୍ରାଟ ଚାଟାର୍ଜୀ ଓ ଶଶଙ୍କ ଶେଖର ଉପସ୍ଥିତ ଥିଲେ।
ଟାଟା ମୋଟର୍ସର ନୂଆ ଟ୍ରକ୍
Advertisment
Follow Us