ଟାଟାର ନୂଆ ‘ଅଲ୍‌ଟ୍ରା ୧୫୧୮’ ଟ୍ରକ୍‌

Advertisment
ଟାଟାର ନୂଆ ‘ଅଲ୍‌ଟ୍ରା ୧୫୧୮’ ଟ୍ରକ୍‌

ଭୁବନେଶ୍ୱର: ଟାଟା ମୋଟରସ୍‌ ପକ୍ଷରୁ ରସୁଲଗଡ଼ ପଡ଼ିଆରେ ଆୟୋଜିତ ଏକ୍ସପୋରେ ନୂଆ ଟ୍ରକ୍‌୍‌ ‘ଅଲ୍‌ଟ୍ରା ୧୫୧୮’କୁ ଉନ୍ମୋଚନ କରାଯାଇଛି। ଏହା ୧୭, ୨୦, ୨୨ ଏବଂ ୨୪ ଫୁଟ ଡେକ୍‌ବଡିରେ ଉପଲବ୍ଧ ହେଉଛି। ଏହା ୧୦ ଟନ୍‌ରୁ ଅଧିକ ଭାର ବହନ କରିପାରିବ। ଏଥିରେ ରହିଛି ଆରାମଦାୟକ କ୍ୟାବିନ୍‌ ଏବଂ ରେଡିଆଲ୍‌ ଟ୍ୟୁବ୍‌ ଟାୟାର ଏବଂ ଏହା ଭଲ ମାଇଲେଜ୍‌ ମଧ୍ୟ ପ୍ରଦାନ କରୁଛି। ଏହା ଉପରେ ୩ ବର୍ଷ/୩ ଲକ୍ଷ କିମି ଓ୍ଵାରେଣ୍ଟି ପ୍ରଦାନ କରାଯାଉଛି। ଏଠାରେ ଆୟୋଜିତ ଆଇଏଲ୍‌ସିଭି ଏକ୍ସପୋରେ ଟାଟା ମୋଟରସ୍‌ର ପୂର୍ବାଞ୍ଚଳ ଆଞ୍ଚଳିକ ପ୍ରବନ୍ଧକ ତନ୍ମୟ ଚକ୍ରବର୍ତୀ, ଆଂଚଳିକ ବିକ୍ରି ପ୍ରବନ୍ଧକ (ଆଇସିଏଲ୍‌ଭି ଟ୍ରକ) ସମ୍ରାଟ ଦେ, ଓଡ଼ିଶା ମୁଖ୍ୟ ଅଭିଷେକ ଗୁପ୍ତା, ମାର୍କେଟିଂ ପ୍ରବନ୍ଧକ ଆନନ୍ଦ ଏକାମ୍ବରମ୍‌ ଉପସ୍ଥିତ ଥିଲେ। ଏହି ଏକ୍ସପୋକୁ ରାଜ୍ୟ ପରିବହନ କମିସନର ମଧୁସୂଦନ ପାଢ଼ୀ ଏବଂ ଅତିରିକ୍ତ ପରିବହନ କମିସନର ସମୀର ପାଣିଗ୍ରାହୀ ଉଦ୍‌ଘାଟନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe