ନେସ୍‌କୋକୁ ଅଧିଗ୍ରହଣ କଲା ଟାଟା ପାୱାର: ସେସୁ, ୱେସ୍‌କୋ, ସାଉଥ୍‌କୋକୁ ଅଧିଗ୍ରହଣ କରିଥିଲା

Advertisment

ଟାଟା ପାୱାର ହାତରେ ଏବେ ସାରା ଓଡ଼ିଶା

ଟାଟା ପାୱାର ହାତରେ ଏବେ ସାରା ଓଡ଼ିଶା

ବିତରଣ କଂପାନିଙ୍କୁ ଓଇଆର୍‌ସି ଝଟ୍‌କା

Zee Business

ଭୁବନେଶ୍ବର: ଟାଟା ପାୱାର ପକ୍ଷରୁ ନେସ୍‌କୋ ଅଧିଗ୍ରହଣ ଆଜି ଠାରୁ କାର୍ଯ୍ୟକାରୀ କରାଯାଇଛି। ଏନେଇ ଟିପି ନର୍ଦନ ଓଡ଼ିଶା‌ ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ନାମରେ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରାଯାଇଛି। ସେଥିରେ ଟାଟା ପାୱାରର ୫୧% ଓ ଓଡ଼ିଶା ସରକାରଙ୍କ ୪୯% ଅଂଶଧନ ରହିଛି। ନେସ୍‌କୋ ଅଧୀନରେ ଥିବା ବାଲେଶ୍ବର, ଭଦ୍ରକ, ବାରିପଦା, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ପ୍ରାୟ ୨ ନିୟୁତ ଗ୍ରାହକ ନୂଆ ସଂସ୍ଥା ଠାରୁ ବିଦ୍ୟୁତ ସେବା ପାଇବେ। ଏହି ଅଞ୍ଚଳ ପାଇଁ ଟାଟା ପାୱାର ୨୫ ବର୍ଷିଆ ଲାଇସେନ୍ସ ହାସଲ କରିଛି।

ନେସ୍‌କୋ ଅଧିଗ୍ରହଣ ସହିତ ଏବେ ସମଗ୍ର ଓଡ଼ିଶାର ବିଦ୍ୟୁତ ବିତରଣ ବ୍ୟବସ୍ଥା‌ ଟାଟା ପାୱାର ଅଧୀନକୁ ଆସିଛି। ଏହା‌ ପୂର୍ବରୁ ସେସୁ, ୱେସ୍‌କୋ ଓ ସାଉଥ୍‌କୋକୁ ଟାଟା ପାୱାର ଅଧିଗ୍ରହଣ କରିଥିଲା। ଓଡ଼ିଶାରେ କଂପାନିର ମୋଟ ଗ୍ରାହକ ସଂଖ୍ୟା ୯ ନିୟୁତ ରହିଛି।‌ ନେସ୍‌କୋରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ କଂପାନି ପାଖରେ ରଖିବ। ଏହି ଅବସରରେ ଟାଟା ପାୱାରର ଏମ୍‌ଡି ଓ ସିଇଓ ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ଯେ ଉତ୍କଳ ଦିବସ ଭଳି ଏକ ପବିତ୍ର ଅବସରରେ ନେସ୍‌କୋକୁ ଅଧିଗ୍ରହଣ କରିବା ଗୌରବର ବିଷୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe