ଟାଟା ଷ୍ଟିଲ୍‌କୁ ୨୪୧୦ କୋଟିର ଡିମାଣ୍ଡ୍‌ ନୋଟିସ୍‌, କମ୍ପାନି ଚ୍ୟାଲେଞ୍ଜ କରିବ

Advertisment

ଯାଜପୁରର ଖଣି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟାଟା ଷ୍ଟିଲ୍‌କୁ ୨୪୧୦ କୋଟି ଟଙ୍କାର ଡିମାଣ୍ଡ୍‌ ନୋଟିସ୍‌ ଜାରି କରାଯାଇଛି। ସୁକିନ୍ଦା କ୍ରୋମାଇଟ୍‌ ଖଣିରୁ କ୍ରୋମ୍ ପଥର ଡେସ୍‌ପ୍ୟାଚ୍‌ରେ ହୋଇଥିବା ହ୍ରାସ ପାଇଁ ଏହି ନୋଟିସ୍ ପଠାଯାଇଛି।

ଯାଜପୁରର ଖଣି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟାଟା ଷ୍ଟିଲ୍‌କୁ ୨୪୧୦ କୋଟି ଟଙ୍କାର ଡିମାଣ୍ଡ୍‌ ନୋଟିସ୍‌ ଜାରି କରାଯାଇଛି। ସୁକିନ୍ଦା କ୍ରୋମାଇଟ୍‌ ଖଣିରୁ କ୍ରୋମ୍ ପଥର ଡେସ୍‌ପ୍ୟାଚ୍‌ରେ ହୋଇଥିବା ହ୍ରାସ ପାଇଁ ଏହି ନୋଟିସ୍ ପଠାଯାଇଛି।

tata steel

Photograph: (Litrols)

ଭୁବନେଶ୍ବର: ଯାଜପୁରର ଖଣି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟାଟା ଷ୍ଟିଲ୍‌କୁ ୨୪୧୦ କୋଟି ଟଙ୍କାର ଡିମାଣ୍ଡ୍‌ ନୋଟିସ୍‌ ଜାରି କରାଯାଇଛି। ସୁକିନ୍ଦା କ୍ରୋମାଇଟ୍‌ ଖଣିରୁ କ୍ରୋମ୍ ପଥର ଡେସ୍‌ପ୍ୟାଚ୍‌ରେ ହୋଇଥିବା ହ୍ରାସ ପାଇଁ ଏହି ନୋଟିସ୍ ପଠାଯାଇଛି। ଖଣି ବିକାଶ ଓ ଉତ୍ପାଦନ ଚୁକ୍ତିନାମାର ସର୍ତ୍ତାବଳୀ ଅନୁସାରେ ପଞ୍ଚମ ବର୍ଷ ପାଇଁ ଏହି ନୋଟିସ୍ ପଠାଯାଇଥିବା ନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ତେବେ କମ୍ପାନିର ବିଶ୍ବାସ ରହିଛି ଯେ ଏହି ଦାବିର ଯୁକ୍ତିଯୁକ୍ତ ଆଧାର ନା‌ହିଁ। କମ୍ପାନି ଏହା ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଚତୁର୍ଥ ବର୍ଷ ପାଇଁ କମ୍ପାନିକୁ ୧୯୦୨ କୋଟି ଟଙ୍କାର ଏକ ଡିମାଣ୍ଡ ନୋଟିସ୍‌ ପଠାଯାଇଥିଲା। ତାହା ବିରୋଧରେ କମ୍ପାନି ଓଡ଼ିଶା ହାଇକୋର୍ଟରେ ଏକ ରିଟ୍‌ ପିଟିସନ୍ ଦାଖଲ କରିଥିଲା। ଚଳିତ ବର୍ଷ ଅଗଷ୍ଟ ୧୪ରେ ହାଇକୋର୍ଟ ସେହି ‌ଦାବି ଉପରେ ଅନ୍ତରୀଣ ରହିତାଦେଶ ଲଗାଇଥିଲେ ଏବଂ କମ୍ପାନି ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଠାରୁ ବିରତ ରହିବାକୁ କହିଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୨ରେ ସେହି ରହିତାଦେଶ ଅବଧିକୁ ‌ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଢ଼ାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe