This is the official Tata logo as issued by Group Communications in August 2010.
ଭୁବନେଶ୍ୱର: ଟାଟା ଷ୍ଟିଲ କଳିଙ୍ଗ ନଗର ପ୍ରକଳ୍ପ ଏହାର ଉତ୍ପାଦନ କ୍ଷମତାର ପୂର୍ଣ୍ଣ ଉପଯୋଗ କରିବାରେ ସକ୍ଷମ ହୋଇଛି। ୨୫୦୦ କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାରୁ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟିକ ଉତ୍ପାଦନ ୨୦୧୬ ମେ’ ମାସରେ ଆରମ୍ଭ ହୋଇଥିଲା। ଇତିମଧ୍ୟରେ କମ୍ପାନି ଏହାର ଶତ ପ୍ରତିଶତ କ୍ଷମତାକୁ ଉପଯୋଗ କରି ଉନ୍ନତମାନର ଇସ୍ପାତ ଉତ୍ପାଦନ କରିବାକୁ ସକ୍ଷମ ହୋଇଛି ବୋଲି କଳିଙ୍ଗ ନଗର ପ୍ରକଳ୍ପର ଉପ ସଭାପତି (ଅପରେସନ୍ସ) ରାଜୀବ କୁମାର କହିଛନ୍ତି। କମ୍ପାନି ଏଠାରୁ ଉତ୍ପାଦିତ ଇସ୍ପାତକୁ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ବିକ୍ରିି କରୁଛି। ଉତ୍ପାଦିତ ଇସ୍ପାତକୁ ମଖ୍ୟତଃ ଜାହାଜ , ପ୍ରତିରକ୍ଷା ଉପକରଣ, ବିଦ୍ୟୁତ୍ ସାମଗ୍ରୀ, ଭିତିଭୂମି, ବିମାନ ଏବଂ ଟିଭି ଓ ଫ୍ରିିଜ ଆଦି ସାମଗ୍ରୀ ନିର୍ମାତାମାନଙ୍କୁ ଟାଟା ଷ୍ଟିଲ ଯୋଗାଇ ଦେଉଛି। ପ୍ରଥମ ପର୍ଯ୍ୟାୟର ପୂର୍ଣ୍ଣ ଉତ୍ପାଦନ କ୍ଷମତା ହାସଲ କରିସାରି ଥିବାରୁ କମ୍ପାନି ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ କମ୍ପାନି ଅଧିକ ୩ କିମ୍ବା ୫ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରଖିଛି। କମ୍ପାନିର ଇଞ୍ଜିନିୟରିଂ ଟିମ୍ ସମ୍ପ୍ରସାରଣର ମୂଲ୍ୟାୟନ କରୁଥିବାବେଳେ ବୋର୍ଡର ଏହା ସକ୍ରିୟ ବିଚାରାଧୀନ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ କମ୍ପାନି ମୁଖ୍ୟତଃ ଅଟୋମୋବାଇଲ ଶିଳ୍ପ ପାଇଁ ଆବଶ୍ୟକ ଇସ୍ପାତ ଉତ୍ପାଦନ ଯୋଜନା ରଖିଛି। ଦେଶର ସମୁଦାୟ ଇସ୍ପାତ ଉତ୍ପାଦନ ୯୦ ନିୟୁତ ଟନ୍ ଥିବାବେଳେ ଟାଟା ଷ୍ଟିଲର ଅଂଶ ୧୫ ପ୍ରତିଶତ ରହିଛି ବୋଲି ଶ୍ରୀ କୁମାର କହିଛନ୍ତି।
Follow Us