ନୂଆଦିଲ୍ଲୀ : ବୋତଲରେ ପାନୀୟ ଜଳ ବିକ୍ରି କରୁଥିବା ଅଗ୍ରଣୀ ସଂସ୍ଥା ବିସ୍ଲେରିର ଅଂଶଧନ କିଣିବା ଲାଗି ଟାଟା ଗ୍ରୁପ୍ ଉଦ୍ୟମ ଆରମ୍ଭ କରିଛି। କଂପାନିର ଉପଭୋକ୍ତା ସାମଗ୍ରୀ ଶାଖା ପକ୍ଷରୁ ଏଥିପାଇଁ ଆଲୋଚନା ଆରମ୍ଭ ହୋଇଛି। କଥାବାର୍ତା ଏବେ ପ୍ରାରମ୍ଭିକ ସ୍ତରରେ ଥିବା ଜଣାପଡ଼ିଛି। ପାଣି ବୋତଲ ବଜାରରେ କୋକାକୋଲାର କିନ୍ଲି, ପେପ୍ସିର ଆକ୍ବାଫିନା, ପାର୍ଲେର ବେଲି ଓ ଆଇଆରସିଟିସିର ରେଲ୍ ନୀର୍ ଥିଲେ ମଧ୍ୟ ବିସ୍ଲେରି ସବୁଠୁ ଆଗରେ ରହିଛି। ରମେଶ ଚୌହ୍ବାନଙ୍କ ଅଧୀନରେ ବିସ୍ଲେରି ପରିଚାଳିତ ହେଉଛି। ଅତୀତରେ ଶ୍ରୀ ଚୌହ୍ବାନ ସୃଷ୍ଟି କରିଥିବା ବ୍ରାଣ୍ଡ୍ ଯଥା ଥମ୍ସ ଅପ୍, ଗୋଲ୍ଡ ସ୍ପଟ୍, ମାଜା ଓ ଲିମ୍କା ମଧ୍ୟ ବେଶ ଚର୍ଚ୍ଚିତ ହୋଇଥିଲା। ସେହି ବ୍ରାଣ୍ଡ୍ଗୁଡ଼ିକୁ ୧୯୯୩ରେ କୋକାକୋଲା ଅଧିଗ୍ରହଣ କରିଥିଲା।
ବିସ୍ଲେରି ଅଂଶଧନ କିଣିବ ଟାଟା
Advertisment
Follow Us