ଏୟାର ଏସିଆର ହାତ ଛାଡ଼ିବ ଟାଟା, ବିକିବ ୫୧% ଅଂଶଧନ

Advertisment

ଭିସ୍ତାରା ଉପରେ ଅଧିକ ଧ୍ୟାନ ଦେବ

ଭିସ୍ତାରା ଉପରେ ଅଧିକ ଧ୍ୟାନ ଦେବ

ପୁଣେ ଯାଉଥିବା ଏୟାର ଏସିଆ ବିମାନରେ ମାଡ଼ ହେଲା ପକ୍ଷୀ, ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ

The Financial Express

ମୁମ୍ବାଇ: ବିମାନ କଂପାନି ଏୟାର ଏସିଆ ଇଣ୍ଡିଆରେ ଥିବା ନିଜ ଅଂଶଧନକୁ ସମ୍ପୂର୍ଣ୍ଣ ବିକ୍ରି କରିବା ଉପରେ ରତନ ଟାଟାଙ୍କ କଂପାନି ଟାଟା ସନ୍ସ ବିଚାର କରୁଛି। ମାଲେସିଆର ଏୟାର ଏସିଆ ଓ ଟାଟା ଗ୍ରୁପ୍‌ର ମିଳିତ ଉଦ୍ୟମରେ ‘ଏୟାର ଏସିଆ ଇଣ୍ଡିଆ’ ଯୌଥ ଉଦ୍ୟୋଗ ସ୍ଥାପନ କରାଯାଇଛି। ଏଥିରେ ଟାଟାର ୫୧ ପ୍ରତିଶତ ଓ ଏୟାର ଏସିଆର ୪୯ ପ୍ରତିଶତ ଅଂଶଧନ ରହିଛି। ନିଜର ସମସ୍ତ ଅଂଶଧନ ବିକ୍ରି କରି ଏୟାର ଏସିଆରୁ ସମ୍ପୂର୍ଣ୍ଣ ବାହାରିଯିବାକୁ ଟାଟା ଚାହୁଛି। ଏୟାର ଏସିଆ ଇଣ୍ଡିଆ ୨୦୧୪ରେ ଭାରତରେ ଏହାର ବିମାନ ସେବା ଆରମ୍ଭ କରିଥିଲା। ଏହା ସୁଲଭ ମୂଲ୍ୟରେ ଯାତ୍ରୀମାନଙ୍କୁ ବିମାନରେ ଯାତ୍ରା କରିବାର ସୁଯୋଗ ପ୍ରଦାନ କରୁଛି। ମାତ୍ର ବ୍ୟାବସାୟିକ ଦୃଷ୍ଟିକୋଣରୁ ଏହା ଲାଭଦାୟକ ସଂସ୍ଥାରେ ପରିଣତ ହୋଇପାରିନାହିଁ। ଏହି ଯୌଥ ଉଦ୍ୟୋଗରୁ ରିଟର୍ଣ୍ଣ ପାଇବା ବଦଳରେ ଟାଟା ଅଧିକ ପୁଞ୍ଜି ହରାଉଛି। ସେଥିପାଇଁ ସେଥିରୁ ବାହାରିଯିବାକୁ ଯୋଜନା ପ୍ରସ୍ତୁତ କରିଛି।

ପ୍ରଥମେ ମାଲେସିଆର ସଂସ୍ଥା ଏୟାର ଏସିଆ ଏହାର ୪୯% ଅଂଶଧନ ବିକ୍ରି କରିବା ଲାଗି ଟାଟାକୁ ଅଫର ଦେଇଥିଲା। ମାତ୍ର ସେହି ଅଫରକୁ ଟାଟା ଗ୍ରହଣ କରିନଥିଲା। ଦୁଇ ସଂସ୍ଥା ଭିତରେ କଂପାନି ଗଠନ ସମୟରେ ସ୍ବାକ୍ଷରିତ ହୋଇଥିବା ବୁଝାମଣା ଅନୁସାରେ ଏୟାର ଏସିଆ ନିଜର ଅଂଶଧନ ବିକ୍ରି କରିବାକୁ ଚାହିଲେ ପ୍ରଥମେ ଟାଟାକୁ ଅଫର ଦେବ ବୋଲି ସର୍ତ୍ତ ରହିଥିଲା। ସେହି ସର୍ତ୍ତକୁ ଗ୍ରହଣ କରିବା କିମ୍ବା ପ୍ରତ୍ୟାଖ୍ୟାନ କରିବାର କ୍ଷମତା ମଧ୍ୟ ଟାଟା ପାଖରେ ରହିଥିଲା। ସେହି କ୍ଷମତାକୁ ଟାଟା ବ୍ୟବହାର କରି ଏୟାର ଏସିଆର ଅଫରକୁ ପ୍ରତ୍ୟାଖ୍ୟାନ କରିଛି। କୋଭିଡ୍-୧୯ ସଙ୍କଟ ଯୋଗୁଁ ସାରା ବିଶ୍ବର ବିମାନ ଶିଳ୍ପ ଘୋର ସଙ୍କଟ ଦେଇ ଗତି କରୁଛି। ସେଥିରେ ଏୟାର ଏସିଆ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ‌ନିଜ ଉପରେ ରହିଥିବା ଚାପକୁ କମ୍ କରିବା ଲାଗି ଏହା ଭାରତରେ ସ୍ଥାପନ କରିଥିବା ଯୌଥ ଉଦ୍ୟୋଗର ଅଂଶଧନ ବିକିବାକୁ ଚାହୁଛି। ଏୟାର ଏସିଆ ଇଣ୍ଡିଆରେ ନିବେଶ ଜାରି ରଖିବାକୁ ଟାଟା ଚାହୁନାହିଁ। ଭାରତର ଦୁଇଟି ବିମାନ କଂପାନି-ଏୟାର ଏସିଆ ଇଣ୍ଡିଆ ଓ ଭିସ୍ତାରାରେ ଟାଟା ସନ୍ସ ପୁଞ୍ଜିନିବେଶ କରିଛି। ଏବେ ଏହା ଏୟାର ଏସିଆ ଇଣ୍ଡିଆରୁ ସମ୍ପୂର୍ଣ୍ଣ ବାହାରିଯିବାକୁ ଚାହୁଛି। କେବଳ ଭିସ୍ତାରା ଉପରେ ମନୋନିବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe