ଚିପ୍‌ ନିର୍ମାଣ କରିବ ଟାଟା

Advertisment
କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି: ଚିପ୍ ଉତ୍ପାଦନ ଲାଗି ୫୦% ଆର୍ଥିକ ପ୍ରୋତ୍ସାହନ

Business Standard

ମୁମ୍ବାଇ: ଟାଟା ଗ୍ରୁପ୍ ସେମି କଣ୍ଡକ୍ଟର ବ୍ୟବସାୟ ଆରମ୍ଭ କରିବା ନେଇ ଚର୍ଚ୍ଚା ଗତବର୍ଷ ଠାରୁ ହେଉଛି। କିନ୍ତୁ ଗତକାଲି ଏହି ଯୋଜନା ସଂପର୍କରେ ସୂଚନା ଦେଇଛନ୍ତି ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ। କେବଳ ସେମିକଣ୍ଡକ୍ଟର ବା ଚିପ୍‌ ନୁହେଁ, ବିଦ୍ୟୁତ୍ ଯାନର ବ୍ୟାଟେରି ମଧ୍ୟ ନିର୍ମାଣ କରିବା ଯୋଜନା ଟାଟା ରଖିଛି। କମ୍ପାନି ପକ୍ଷରୁ ଏ ସଂପର୍କିତ ଯୋଜନା ବିଷୟରେ ଶୀଘ୍ର ଘୋଷଣା ହେବ ବୋଲି ସେ କହିଛନ୍ତି।

ବିଦ୍ୟୁତ୍ ଯାନ ବ୍ୟାଟେରି ନିର୍ମାଣ ପାଇଁ ଉଭୟ ଭାରତ ଏବଂ ୟୁରୋପରେ ସହଭାଗିତା ସ୍ଥାପନ ବିଷୟରେ କମ୍ପାନି ବିଚାର କରୁଛି। ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଭାରତକୁ ବିଶ୍ବର ଏକ ପ୍ରମୁଖ ସ୍ଥାନରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଳାଷ ରଖିଛନ୍ତି। ଭାରତରେ ଏସବୁର ଉତ୍ପାଦନ କରି ଆମଦାନି ଉପରେ ନିର୍ଭରଶୀଳତା କମାଇବା ଯୋଜନା ରହିଛି। ବିଶ୍ବରେ ଗତ କିଛିବର୍ଷ ସେମିକଣ୍ଡକ୍ଟରର ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି।

ବିଶ୍ବର ପ୍ରାୟ ସବୁ ଦେଶର ଅଟୋମୋବାଇଲ କମ୍ପାନି ଏବଂ ଇଲେକ୍ଟ୍ରୋନିକ୍ସ କମ୍ପାନି ଚିପ୍ ଅଭାବ ଅନୁଭବ କରୁଛନ୍ତି। ଏହାବ୍ୟତୀତ ଏସବୁର ଦାମ୍‌ ମହଙ୍ଗା ମଧ୍ୟ ହୋଇଯାଇଛି। ଟାଟା କମ୍ପାନି ତାମିଲନାଡ଼ୁରେ ଚିପ୍‌ ନିର୍ମାଣ ୟୁନିଟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହିତ କଥାବାର୍ତ୍ତା ଚଳାଇଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ କାରଖାନା କୋଏମ୍ବାଟୁରରେ ବସାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏଥିସହିତ କମ୍ପାନି କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଭଳି ଦକ୍ଷିଣ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ସହିତ ମଧ୍ୟ କାରଖାନା ସ୍ଥାପନ ପାଇଁ ଆଲୋଚନା ଚଳାଇଛି ବୋଲି ଅଧିକାରୀ ଜଣକଙ୍କ କହିଛନ୍ତି। କମ୍ପାନି ବିଦ୍ୟୁତ ଯାନ ବ୍ୟାଟେରି ନିର୍ମାଣ ପାଇଁ ଯୋଜନା ରଖିଥିବା କହିଥିଲେ ମଧ୍ୟ ଏ ବିଷୟରେ ବିସ୍ତୃତ ସୂଚନା ଆଗାମୀ ଦିନରେ ଦେବ ବୋଲି କହିଛି। ଏହାବ୍ୟତୀତ ଭାରତରେ ବିଦେଶୀ ଚିପ୍‌ ନିର୍ମାତା ଇଣ୍ଟେଲ ଏବଂ ତାଇୱାନ ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ କମ୍ପାନି ମଧ୍ୟ କାରଖାନା ସ୍ଥାପନ ଯୋଜନା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe