ବାଣିଜ୍ୟିକ ଗାଡ଼ି ଦାମ୍ ବଢ଼ାଇବ ଟାଟା

Advertisment
ବାଣିଜ୍ୟିକ ଗାଡ଼ି ଦାମ୍ ବଢ଼ାଇବ ଟାଟା

Business Line

ନୂଆଦିଲ୍ଲୀ: ଟାଟା ମୋଟର୍ସ ଏହାର ବାଣିଜ୍ୟିକ ଗାଡ଼ିଗୁଡ଼ିକର ଦାମ୍ ଅକ୍ଟୋବର ୧ ତାରିଖରୁ ବଢ଼ାଇବ। ଗାଡ଼ି ତିଆରିରେ ବ୍ୟବହାର ହେଉଥିବା କଞ୍ଚାମାଲ ଦାମ୍ ବଢ଼ିଥିବାରୁ କଂପାନି ୨% ଦରବୃଦ୍ଧି କରିବ। ବିଭିନ୍ନ ମଡେଲ୍‌ ଓ ଭାରିଆଣ୍ଟ୍‌ ଦାମ୍‌ରେ ଭିନ୍ନ ଭିନ୍ନ ପ୍ରକାର ବୃଦ୍ଧି ହେବ। ନିକଟ ଅତୀତରେ ଇସ୍ପାତ ଓ ମୂଲ୍ୟବାନ ଧାତବ ପଦାର୍ଥଗୁଡ଼ିକ ମହଙ୍ଗା ହୋଇଛି। ଫଳରେ ଗାଡ଼ି ତିଆରିରେ ହେଉଥିବା ଖର୍ଚ୍ଚ ବଢ଼ିଛି। ସେହି ଖର୍ଚ୍ଚର କିଛି ଅଂଶକୁ ଗ୍ରାହକଙ୍କ ଉପରେ ଛାଡ଼ିବାକୁ କଂପାନି ନିଷ୍ପତ୍ତି ନେଇଛି। ଟାଟା ମୋଟର୍ସ ବସ୍, ଟ୍ରକ୍ ଏବଂ ଲଘୁ ବାଣିଜ୍ୟିକ ଯାନ ନିର୍ମାଣ କରୁଛି। ଏହି ସବୁ ଗାଡ଼ି ତିଆରି ଖର୍ଚ୍ଚରେ ହୋଇଥିବା ବୃଦ୍ଧିର ବଡ଼ ଭାଗ ନିଜେ ମୁଣ୍ଡାଇବାକୁ କଂପାନି ନିଷ୍ପତ୍ତି ନେଇଛି। ଅତି ନଗଣ୍ୟ ମାତ୍ରାର ବ୍ୟୟ ଭାର ଗ୍ରାହକଙ୍କ ଉପରେ ପଡ଼ିବ। କିଛି ଦିନ ତଳେ କାର୍ ନିର୍ମାତା ମାରୁତି ସୁଜୁକି ମଧ୍ୟ ଗାଡ଼ି ଦାମ୍ ବଢ଼ାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe