ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ୧୫ ହଜାର କୋଟି ନିବେଶ କରିବ ଟାଟା

Advertisment
ରତନ ଟାଟାଙ୍କୁ ଏୟାର ଇଣ୍ଡିଆ ପାଇଲଟ୍‌ଙ୍କ ଚିଠି: ଆମକୁ ସମ୍ମାନ ମିଳୁନି

The Hindu BusinessLine

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବସାୟରେ ଆଗରେ ରହିବା ଲାଗି ଟାଟା ମୋଟର୍ସ ବଡ଼ ଯୋଜନା ପ୍ରସ୍ତୁତ କରିଛି। ଆସନ୍ତା ପାଞ୍ଚ ବର୍ଷରେ ଏହା ଏହି କ୍ଷେତ୍ରରେ ୧୫ ହଜାର କୋଟି ଟଙ୍କା (୨ ବିଲିଅନ ଡଲାର) ନିବେଶ କରିବ। ପ୍ରାଇଭେଟ୍ ଇକ୍ବିଟି ସଂସ୍ଥା ଟିପିଜି ଓ ଏଡିକ୍ୟୁଠାରୁ ୭୫୦୦ କୋଟି ଟଙ୍କାର (୧ ବିଲିଅନ ଡଲାର) ପାଣ୍ଠି ହାସଲ କରିବା ପରେ ଟାଟା ଏଭଳି ବଡ଼ ଯୋଜନା ପ୍ରସ୍ତୁତ କରିଛି। ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବସାୟ ଲାଗି ଟାଟା ମୋଟର୍ସ ଏକ ସ୍ବତନ୍ତ୍ର ସଂସ୍ଥା ଗଠନ କରିବ। ସେହି ସଂସ୍ଥାରେ ଟିପିଜିର ୧୧% ଓ ଏଡିକ୍ୟୁର ୧୫% ଅଂଶଧନ ରହିବ। ନୂଆ ମଡେଲ୍‌ର ଗାଡ଼ି ଆଣିବା, ଇଲେକ୍ଟ୍ରିକ୍ ଗାଡ଼ି ପ୍ଲାଟଫର୍ମ ବିକଶିତ କରିବା,ଉତ୍ସର୍ଗୀକୃତ ବ୍ୟାଟେରି, ଚାର୍ଜିଂ ଭିତ୍ତିଭୂମି ଓ ବ୍ୟାଟେରି ପ୍ରଯୁକ୍ତି ଆଦି କ୍ଷେତ୍ରରେ ସେହି ନୂଆ ସଂସ୍ଥା ନିବେଶ କରି କାର୍ଯ୍ୟ କରିବ। ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବସାୟରେ ବିଶ୍ବସ୍ତରୀୟ ଅଟୋମୋବାଇଲ୍‌ କଂପାନି ଯଥା ଜେନେରାଲ୍ ମୋଟର୍ସ, ଫକ୍ସୱାଗନ୍ ଓ ଟୟୋଟା ମୋଟର୍ସ କୋଟି କୋଟି ଡଲାର ନିବେଶ କରୁଛନ୍ତି। ଟାଟା ମୋଟର୍ସ ପ୍ରଥମ ଭାରତୀୟ କଂପାନି ଭାବେ ଏହି କ୍ଷେତ୍ର ଲାଗି ମୋଟା ଅଙ୍କର ନିବେଶ ହାସଲ କରିଛି। ବିଶ୍ବର ସର୍ବବୃହତ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍‌ଲା ମଧ୍ୟ ଭାରତ ଆସିବା ଲାଗି ଉଦ୍ୟମ କରୁଛି। ଇଲେକ୍ଟ୍ରିକ୍ ଯାନକୁ ନେଇ ଭାରତ ସରକାର ମହତ୍ବକାଂକ୍ଷୀ ଲକ୍ଷ୍ୟ ରଖିଛନ୍ତି। ୨୦୩୦ ‌ସୁଦ୍ଧା ମୋଟ କାର୍‌ରେ ଇଲେକ୍ଟ୍ରିକ୍ ଯାନର ଭାଗକୁ ୩୦% ପର୍ଯ୍ୟନ୍ତ ବଢ଼ାଇବାକୁ ପ୍ରୟାସ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe