ମୁମ୍ବାଇ: ଶିଳ୍ପପତି ରତନ ଟାଟାଙ୍କ ଟାଟା ଗ୍ରୁପ୍ ଗୁଜରାଟର ସାନନ୍ଦରେ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟାଟେରି ତିଆରି କରିବା ଲାଗି ଏକ କାରଖାନା ସ୍ଥାପନ କରିବ। ସେଥିରେ କଂପାନି ୧୩ ହଜାର କୋଟି ଟଙ୍କା ନିବେଶ କରିବ। ଏନେଇ ଟାଟାର ସହାୟକ ସଂସ୍ଥା ଆଗ୍ରାଟାସ୍ ଏନର୍ଜି ଷ୍ଟୋରେଜ୍ ସଲ୍ୟୁସନ୍ସ ଓ ଗୁଜରାଟ ସରକାରଙ୍କ ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷର ହୋଇଛି। ତିନି ବର୍ଷ ଭିତରେ କାରଖାନା କାର୍ଯ୍ୟକ୍ଷମ ହେବ। ପ୍ରଥମ ପର୍ଯ୍ୟାୟରେ କାରଖାନା କ୍ଷମତା ୨୦ ଗିଗାୱାଟ୍ ରହିବ ଓ ଦ୍ବିତୀୟ ପର୍ଯ୍ୟାୟରେ କ୍ଷମତା ଦ୍ବିଗୁଣିତ ହେବ।
ଟାଟା ତିଆରି କରିବ ଇଭି ବ୍ୟାଟେରି
Advertisment
Follow Us