ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଟାଟାଙ୍କ ଭାବପୂର୍ଣ୍ଣ ଭାଷଣ; ମୋ ଜୀବନର ଶେଷ ସମୟ ସ୍ବାସ୍ଥ୍ୟ ପାଇଁ ସମର୍ପିତ

Advertisment
ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଟାଟାଙ୍କ ଭାବପୂର୍ଣ୍ଣ ଭାଷଣ; ମୋ ଜୀବନର ଶେଷ ସମୟ ସ୍ବାସ୍ଥ୍ୟ ପାଇଁ ସମର୍ପିତ

Indus Scrolls

ଗୌହାଟି: ଆସାମରେ କ୍ୟାନସର ହସ୍ପିଟାଲ୍ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଟାଟା ଗ୍ରୁପ୍‌ର ମୁଖ୍ୟ ରତନ ଟାଟା ଭାବପୂର୍ଣ୍ଣ ଦେଇଛନ୍ତି। ଅଧା ଖଣ୍ଡିଆ ହିନ୍ଦୀରେ ଭାଷଣ ଆରମ୍ଭ କରି ସେ ପ୍ରଥମ ଉପସ୍ଥିତ ଲୋକଙ୍କୁ କ୍ଷମା ମାଗିଥିଲେ। ମୋତେ ଭଲ ହିନ୍ଦୀ ଜଣାନଥିବାରୁ ମୁଁ ଇଂରାଜିରେ ଭାଷଣ ଦେଉଛି ବୋଲି କହିଥିଲେ। ତାଙ୍କ ପ୍ରତିଟି ଶବ୍ଦକୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଣୁଥିଲେ। ରତନ ଟାଟା କହିଥିଲେ ମୁଁ ଯାହା ବି କହିବି ହୃଦୟରୁ କହିବି। ଅବଶ୍ୟ ଏହା ପରେ ସେ ହିନ୍ଦୀରେ ଯେଉଁ ଭାଷଣ ଦେଇଥିଲେ ତାହା ସମସ୍ତଙ୍କୁ ବହୁତ ଭଲ ଲାଗିଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ତାଳି ବଜାଇ ତାଙ୍କୁ ଉତ୍ସାହିତ କରିଥିଲେ।

ରତନ ଟାଟା କହିଥିଲେ ଯେ ମୁଁ ମୋ ଜୀବନର ଶେଷ ସମୟଗୁଡ଼ିକ ସ୍ବାସ୍ଥ୍ୟ ପାଇଁ ସମର୍ପିତ କରିବି। ମୁଁ ଆସାମକୁ ଏଭଳି ଏକ ରାଜ୍ୟ ଭାବେ ଦେଖିବାକୁ ଚାହୁଛି ଯାହାକୁ ‌ସମେସ୍ତ ଜାଣିପାରିବେ ଓ ଏହି ରାଜ୍ୟ ଯେଭଳି ସମସ୍ତଙ୍କୁ ଜାଣିପାରିବ। କ୍ୟାନସର ଧନୀଙ୍କ ରୋଗ ନୁହେଁ ବୋଲି ସେ କହିଛନ୍ତି। ଏହି ଅବସ‌ରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଦିନ ଥିଲା ଗୋଟିଏ କ୍ୟାନସର ହସ୍ପିଟାଲ୍‌ ଖୋଲିବା ଲାଗି ସାତ ବର୍ଷ ସମୟ ଲାଗୁଥିଲା। ଆଜି ଆସାମରେ ଗୋଟିଏ ଦିନରେ ୭ଟି କ୍ୟାନସର ହସ୍ପିଟାଲ୍ ଖୋଲିଛି। ସମୟ ବଦଳିଛି। ଆଉ କିଛି ମାସ ଭିତରେ ତିନିଟି କ୍ୟାନସର ହସ୍ପିଟାଲ୍ ସେବା ପ୍ରଦାନ ପାଇଁ ପ୍ରସ୍ତୁତ ହୋଇଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe