ଲୁଣରୁ ବିମାନ ଟିକେଟ୍‌, ଘଣ୍ଟାରୁ ଫ୍ଲାଟ୍ ପର୍ଯ୍ୟନ୍ତ; ଏବେ ସବୁ କିଛି ମିଳିବ ଟାଟା ଗ୍ରୁପର ‘ସୁପର ଆପ୍’ରେ

Advertisment
ଟାଟା ତିଆରି କରିବ ଆଇଫୋନ୍

ନୂଆଦିଲ୍ଲୀ: ଇ-କମର୍ସ ବଜାରରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରୟାସ ଆରମ୍ଭ କରିଛି ଦେଶର ସବୁଠାରୁ ବଡ଼ ଶିଳ୍ପଗୋଷ୍ଠୀ ଟାଟା ଗ୍ରୁପ। ଏ ନେଇ ଖୁବ୍ ଶୀଘ୍ର ‘ସୁପର ଆପ୍’ ନାମରେ ଏକ ଆପ୍ ଲଂଚ କରିବା ଦିଗରେ କମ୍ପାନି ତରଫରୁ କାମ ଆରମ୍ଭ ହୋଇଛି । ଏହି ଆପ୍ ଜରିଆରେ କୋଟି କୋଟି ଗ୍ରାହକ ସହଜରେ ନିଜର ମନ ପସନ୍ଦର ସାମଗ୍ରୀ ଚୟନ କରିବା ସହ ତାହାକୁ କିଣି ପାରିବେ। ସୂଚନାଯୋଗ୍ୟ, ଟାଟା ଗ୍ରୁପ ‘ଟାଟା ଡିଜିଟାଲ’ ନାମରେ ଏକ କମ୍ପାନିର ଶୁଭାରମ୍ଭ କରିଛି।

ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନି ଟାଟା ସନସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଟାଟା ଡିଜିଟାଲ ମାଧ୍ୟମରେ କମ୍ପାନି ନିଜର ସମସ୍ତ ରିଟେଲ୍ ବ୍ୟବସାୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଦିଗରେ କାମ କରୁଛି । ସେ ଆହୁରି କହିଛନ୍ତି କି ଟାଟା ଗ୍ରୁପର କୋଟି କୋଟି ଗ୍ରାହକ ଅଛନ୍ତି । ସେମାନଙ୍କ ଅବଶ୍ୟକତା ମୁତାବକ ଉତ୍ପାଦ ଓ ସେବା ଉପଲବ୍ଧ କରାଇବାକୁ ଡିଜିଟାଲ ପ୍ଲାଟଫର୍ମର ଆବଶ୍ୟକତା ରହିଛି । ସେଥିପାଇଁ ଟାଟା ଏହି ‘ସୁପର ଆପ୍’ ଲଂଚ କରିବା ଦିଗରେ କାମ କରୁଛି । ଏହି ଆପରେ କେବଳ ଟାଟାର ଉତ୍ପାଦ ଉପଲବ୍ଧ ହେବ ନାହିଁ ବରଂ ଏହା ସମସ୍ତ କମ୍ପାନୀ ମାନଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି କି ଟାଟା ରିଟେଲ କମ୍ପାନି ଯେପରି କି କପଡାର ବ୍ରାଣ୍ଡ ୱେଷ୍ଟସାଇଡ୍, ଟ୍ରେଣ୍ଡ୍ ଇନଫିନିଟି ରିଟେଲ, ଲୁଣ, ମସଲା ଏବଂ ଚା’ ପ୍ରସ୍ତୁତକାରୀ ଟାଟା କନଜ୍ୟୁମର ପ୍ରଡକ୍ଟ, ଗହଣା, ଘଣ୍ଟା  ନିର୍ମାତା ଟାଇଟନ୍, ବୈଦ୍ୟୁତିକ ଉପକରଣ ନିର୍ମାତା କମ୍ପାନି ଭୋଲଟାସ ସହିତ ବିତ୍ତୀୟ ଉତ୍ପାଦ କମ୍ପାନି ଟାଟା କ୍ୟାପିଟାଲ, ଟାଟା ଆସେଟ୍ ମ୍ୟାନେଜମେଣ୍ଟ  ଇତ୍ୟାଦି କମ୍ପାନିକୁ ସୁପର ଆପ୍ ମଧ୍ୟକୁ ଅଣାଯିବ । ଏହାସହିତ ଏହି ଆପ୍ ଜରିଆରେ କମ୍ପାନି ନିଜର କାର, ରିୟଲିଟି ଫ୍ଲାଟ୍ ଓ ଏୟାର ଏସିଆର ବିମାନ ଟିକେଟ୍ ମଧ୍ୟ ବିକ୍ରି କରିବ । ଏହା ସହ ତାଜ୍ ହୋଟେଲର ରୁମ ବି ଏହି ଆପ୍ ଜରିଆରେ ଭଡ଼ା ଦିଆଯାଇ ପାରିବ ବୋଲି ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe