ଆୟକରଦାତାଙ୍କୁ ସାହାଯ୍ୟ କରିବ ‘ଟ୍ୟାକ୍ସ କ୍ଲିନିକ୍’: ଆଇସିଏଆଇ ଶାଖାରେ ଖୋଲିବ

Advertisment
୧୯.୫୮ ଲକ୍ଷ କୋଟିର ନିଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ

ଭୁବନେଶ୍ବର: ଟିକସ ଦାଖଲରେ କରଦାତାମାନଙ୍କୁ ସାହାଯ୍ୟ କରିବା ଲାଗି ଇନଷ୍ଟିଚ୍ୟୁଟ୍ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ଏକ ଟ୍ୟାକ୍ସ କ୍ଲିନିକ୍ ସ୍ଥାପନ କରିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଦେଶବ୍ୟାପୀ ଅଭିଯାନର ଅଂଶସ୍ବରୂପ ଆଇସିଏଆଇ ଏହି କ୍ଲିନିକ୍ ସ୍ଥାପନ କରିବ। ଚଳିତ ମାସ ୧୩ ଓ ୧୪ରେ ଆଇସିଏଆଇର ନୟାପଲ୍ଲୀରେ ଥିବା ଭୁବନେଶ୍ବର ଶାଖା ପରିସରରେ ଟ୍ୟାକ୍ସ କ୍ଲିନିକ କାର୍ଯ୍ୟ କରିବ। ଆସନ୍ତାକାଲି ଆୟକର ବିଭାଗ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ମୋରା ଭୁପାଳ ରେଡ୍ଡି ଏହାକୁ ଉଦ୍‌ଘାଟନ କରିବେ ବୋଲି ଆଇସିଏଆଇ ଭୁବନେଶ୍ବର ଶାଖର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ବାଧ୍ୟ ଥିବା ଟିକସଦାତାଙ୍କ ବିଭିନ୍ନ ସନ୍ଦେହ ଦୂର କରିବାରେ ଏହି କ୍ଲିନିକ୍ ପ୍ରମୁଖ ଭୂମିକା ନିର୍ବାହ କରିବ। ଆୟକରଦାତାମାନେ ଟିକସ ବିଶେଷଜ୍ଞଙ୍କୁ ପ୍ରଶ୍ନ ପଚାରିବା ସହ ପରାମର୍ଶ ମଧ୍ୟ ନେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe