ଫସିଲେ କୋଟିପତି କଚୋଡି ବାଲା, ନୋଟିସ୍‌ ଜାରି କଲା ବାଣିଜ୍ୟକର ବିଭାଗ

ଫସିଲେ କୋଟିପତି କଚୋଡି ବାଲା, ନୋଟିସ୍‌ ଜାରି କଲା ବାଣିଜ୍ୟକର ବିଭାଗ

ANI

ଆଲିଗଡ୍‌: ଜିଏସ୍‌ଟି ପଞ୍ଜିକରଣ ନ ଥିବା ଆଲିଗଡ଼ର ଏକ କଚୋଡି ବ୍ୟବସାୟୀଙ୍କ ଉପରେ କର ଅଧିକାରୀଙ୍କ ନଜର ପଡ଼ିଛି। ବାର୍ଷିକ କୋଟିଏରୁ ଉର୍ଦ୍ଧ୍ୱଟଙ୍କାର କାରବାର କରୁଥିବା କଚୋଡ଼ି ବିକାଳି ଟିକସ ଦେଉ ନ ଥିବାରୁ ତାଙ୍କୁ ଜିଏସ୍‌ଟି ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

ଉତ୍ତରପ୍ରଦେଶର ଆଲିଗଡ଼ର ସୀମା ସିନେମା ହଲ ନିକଟରେ ରହିଛି ‘ମୁକେଶ କଚୋଡି’ ଜଳଖିଆ ଦୋକାନ। ସ୍ଥାନୀୟ ଅଞ୍ଚଳରେ ସ୍ୱାଦିଷ୍ଟ କଚୋଡ଼ି ଓ ସିଙ୍ଗଡା ଲାଗି ପ୍ରସିଦ୍ଧ ଏହି ଦୋକାନରେ ସକାଳରୁ ରାତି ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ଲାଗି ରହିଥାଏ। କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶ କର ବିଭାଗକୁ କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିବା ବେଳେ ଆଦୌ ଟିକସ ଦେଉନାହାନ୍ତି।

publive-image
ଏହାପରେ ବାଣିଜ୍ୟକର ବିଭାଗ ପକ୍ଷରୁ ‘ମୁକେଶ କଚୋଡି’ ଦୋକାନ ଉପରେ ଗୁପ୍ତରେ ନଜର ରଖାଯାଇଥିଲା। କର ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ସେଠାରେ ଘଣ୍ଟା ପ୍ରତି ୫୦ ପ୍ଲେଟ୍‌ କଚୋଡ଼ି ବିକ୍ରି ହେଉଛି। ସେମାନେ ପ୍ରାଥମିକ ଆକଳନ କରିଥିଲେ କି ବାର୍ଷିକ ପ୍ରାୟ ଦେଢକୋଟି ଟଙ୍କା କାରବାର ହେଉଛି।

ଛୋଟ ଦୋକାନ ହୋଇ ବି ଏତେ ଲାଭ କରୁଥିବା ସତ୍ତ୍ୱେ ମୁକେଶ କଚୋଡ଼ିବାଲା ଜିଏସ୍‌ଟି ପଞ୍ଜିକରଣ କରିନାହାନ୍ତି। ବର୍ତ୍ତମାନ କର ଅଧିକାରୀଙ୍କ ଜାଲରେ ପଡ଼ି କୋଟିପତି କଚୋଡିବାଲା ଟିକସ୍‌ ଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe