ଗ୍ରାହକଙ୍କ ଉପରେ ଟିକସ ବୋଝ, ଜୁଲାଇରେ ୯ ଥର ବଢ଼ିଲାଣି ଡିଜେଲ

Advertisment

ଅଶୋଧିତ ତେଲ ଆମଦାନି ୯ ବର୍ଷ ମଧ୍ୟରେ ସର୍ବନିମ୍ନ

ଅଶୋଧିତ ତେଲ ଆମଦାନି ୯ ବର୍ଷ ମଧ୍ୟରେ ସର୍ବନିମ୍ନ

ତେଲ ଟିକସ କମାଇବାକୁ ସଂସଦୀୟ କମିଟିର ପରାମର୍ଶ

Daily Pakistan.

ଭୁବନେଶ୍ବର, ୨୫/୭: ପେଟ୍ରୋଲ ଦର ଗତମାସ ୨୯ ତାରିଖଠାରୁ ଅପରିବର୍ତ୍ତିତ ରହିଛି। କିନ୍ତୁ ଡିଜେଲ ଦର ଇତିମଧ୍ୟରେ ୯ ଥର ବଢ଼ି ସାରିଲାଣି। ଗତ ୨୯ ତାରିଖରୁ ଜୁଲାଇ ୨୫ ମଧ୍ୟରେ ଡିଜେଲ ଦର ଲିଟର ପିଛା ୧ ଟଙ୍କା ୧୯ ପଇସା ମହଙ୍ଗା ହୋଇଯାଇଛି। ଫଳରେ ଭୁବନେଶ୍ବରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୭୯ ଟଙ୍କା ୮୮ ପଇସା ଛୁଇଁଛି। ଏହି ବୃଦ୍ଧି ଜାରି ରହିଲେ ଖୁବଶୀଘ୍ର ଏହି ଇନ୍ଧନ ଦର ୮୦ ଟଙ୍କା ଟପିବା ଆଶଙ୍କା ଦେଖାଦେଇଛି। ପେଟ୍ରୋଲ ଦର ଗତମାସରୁ ଲିଟର ପିଛା ୮୧ ଟଙ୍କା ୦୧ ପଇସାରେ ସ୍ଥିର ଥିବାବେଳେ ଡିଜେଲ ଦର ବଢ଼ୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସେନ୍ତାଷ ଦେଖାଦେଲାଣି। ଦେଶରେ ଲକଡାଉନ୍ ଲାଗୁ ହେବା ପୂର୍ବରୁ ସରକାରୀ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ସଂଶୋଧନକୁ ଅପରିବର୍ତ୍ତିତ ରଖିଥିଲେ। ଦୀର୍ଘ ୮୩ ଦିନ ପରେ ଗତମାସ ୭ ତାରିଖରୁ ଦର ବଢ଼ାଇବା ଆରମ୍ଭ କରିଥିଲେ। ଲଗାତାର ୨୩ ଦିନ ଧରି ଦର ବଢ଼ିଥିଲା।

ଏଥିଯୋଗୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ବିରୋଧୀଙ୍କ ପ୍ରବଳ ବିରୋଧ ଯୋଗୁ ଗତମାସ ୩୦ ତାରିଖରୁ କିଛିଦିନ ପାଇଁ ଦର ବୃଦ୍ଧିରେ ବ୍ରେକ୍ ଲାଗିଥିଲା। ତେବେ ଚଳିତମାସରେ ତେଲ କମ୍ପାନି ଗୁଡ଼ିକ ଯଦିଓ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ଆଜି ପର୍ଯ୍ୟନ୍ତ ଆଣିନାହାନ୍ତି ତଥାପି ଡିଜେଲ ଦର ୯ ଥର ବଢ଼ାଇ ସାରିଲେଣି। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ‌ଲକ୍‌ଡାଉନ୍ ସମୟରେ ଗତ ମେ ମାସରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୧୦ ଟଙ୍କା ଏବଂ ୧୩ ଟଙ୍କା ବଢ଼ାଇଥିଲେ। ସେତେବେଳେ ଏହି ଶୁଳ୍କ ବୃଦ୍ଧିର ବୋଝ କମ୍ପାନି ଗୁଡ଼ିକ ଗ୍ରାହକଙ୍କ ଉପରେ ନଲଦି ନିଜେ ସହିଥିଲେ। ଲକଡାଉନ୍ ଲାଗୁ ହେବା ପୂର୍ବରୁ ସରକାରୀ ତେଲ କମ୍ପାନି ଗୁଡ଼ିକ ତେଲ ଦର‌ବୃଦ୍ଧିରେ ପକାଇଥିବା ତାଲାକୁ ୮୩ ଦିନ ପରେ ଅର୍ଥାତ୍ ଜୁନ ୭ ତାରିଖରେ ଖୋଲିଥିଲେ। ଲଗାତାର ୨୩ ଦିନ ଧରି ଡିଜେଲ ଦର ବଢ଼ାଇ ଥିବାବେଳେ ଗୋଟିଏ ଦିନକୁ ବାଦ୍‌ ଦେଲେ ଡିଜେଲ ଦର ୨୨ ଦିନ ବଢ଼ିଥିଲା। ଗତମାସ ୨୯ ତାରିଖରେ ଏହି କ୍ରମାଗତ ଦର ବୃଦ୍ଧିରେ ବ୍ରେକ୍‌ ଲାଗିଥିଲା। ତେବେ ଚଳିତମାସ ୭ ତାରିଖରୁ କମ୍ପାନି ଗୁଡ଼ିକ କେବଳ ଡିଜେଲ ଦର ବଢ଼ାଇ ଚାଲିଛନ୍ତି।

ପେଟ୍ରୋଲ ଦର ସ୍ଥିର ଥିବାବେଳେ ଡିଜେଲ ଦର ବଢ଼ୁଥିବାରୁ ଗ୍ରାହକଙ୍କ ମନରେ ନାନା ପ୍ରକାର ପ୍ରଶ୍ନ ଦେଖାଦେଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର, ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ, ଟିକସ ଆଦିକୁ ମିଶାଇ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଉଥିବା କଥା ସବୁବେଳେ କହିଥାନ୍ତି। କିନ୍ତୁ ଏବେ କେବଳ ଡିଜେଲ ଦର ବଢ଼ୁଥିବାରୁ ଏହାର କାରଣ ଖୋଜି ପାଉନାହାନ୍ତି ସାଧାରଣ ଗ୍ରାହକ। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, କେନ୍ଦ୍ର ସରକାର ଗତ ମେ ମାସରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଯେଉଁ ମୋଟା ଅଙ୍କର ବୃଦ୍ଧି କରିଥିଲେ ତାହାକୁ ଏବେ ଗ୍ରାହକଙ୍କ ଉପରେ ଲଦିବାରେ ଲାଗିଛନ୍ତି। ସେହି ସମୟରେ ତେଲ କମ୍ପାନି ଗୁଡ଼ିକ ନିଜେ ଟିକସ ବୃଦ୍ଧି ଜନିତ ବୋଝକୁ ବହନ କରିଥିଲେ। ପରେ ଏହାକୁ ଲଗାତାର ଯଦିଓ ବଢ଼ାଇଥିଲେ, କିନ୍ତୁ ସମ୍ପୂର୍ଣ୍ଣ ବୋଝକୁ ଗ୍ରାହକଙ୍କ ଉପରେ ଲଦି ପାରି ନଥିଲେ। ପେଟ୍ରୋଲ ଦର ଲିଟର ପିଛା ଇତିମଧ୍ୟରେ ପ୍ରାୟ ୯ ଟଙ୍କା ୩୦ ପଇସା ଏବଂ ଡିଜେଲ ଉପରେ ୧୨ ଟଙ୍କା ୨୩ ପଇସା ବଢ଼ାଇଛନ୍ତି। ତେଣୁ କମ୍ପାନିଙ୍କ ନିକଟରେ ଏବେ ପେଟ୍ରୋଲ ଓ ଡିଜେଲ ଦରରେ ୭୦ରୁ ୮୦ ପଇସା ବୃଦ୍ଧିର ସୁଯୋଗ ରହିଛି ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଂଜୟ ଲାଠ କହିଛନ୍ତି। କିନ୍ତୁ ପୂର୍ବାପେକ୍ଷା ଡିଜେଲ ଦର କମ୍‌ ବଢ଼ୁଥିବାରୁ ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣ ପାଇଁ ତେଲ କମ୍ପାନି ଗୁଡ଼ିକ ଏହି ଇନ୍ଧନର ଦର ବୃଦ୍ଧି କରୁଛନ୍ତି ତାହା କେବଳ ସେମାନଙ୍କୁ ଜଣା ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe