ଟିସିଏସ୍ ଦେଲା ୧୦ ଭେଣ୍ଟିଲେଟର

Advertisment
ଟିସିଏସ୍ ଦେଲା ୧୦ ଭେଣ୍ଟିଲେଟର

ଭୁବନେଶ୍ବର : ଟାଟା କନସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ଏହାର ସିଏସ୍ଆର୍ କାର୍ଯ୍ୟକ୍ରମ ଅଧୀନରେ କମ୍ପାନି ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଦ୍ୱିତୀୟ ପର୍ଯ୍ୟାୟରେ ୧୦ଟି ଭେଣ୍ଟିଲେଟର ପ୍ରଦାନ କରିଛି। କମ୍ପାନି ରାଜ୍ୟର ସରକାରୀ ଏବଂ ବେସରକାରୀ ହସ୍ପିଟାଲକୁ ଆଜି ୧୦ଟି ପିବି-୫୬୦ଟି ଭେଣ୍ଟିଲେଟର ଦେଇଛି। ସେହି ଡାକ୍ତରଖାନା ଗୁଡ଼ିକ ହେଲା ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲ, ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ୍ କଲେଜ, ଭୁବନେଶ୍ୱରର କେୟାର ହସ୍ପିଟାଲ୍, ଆମ୍ରି ହସ୍ପିଟାଲ୍ ଏବଂ ନିଗମ ହେଲଥ କେୟାର। ଟିସିଏସ୍‌ର ଭୁବନେଶ୍ୱର କେନ୍ଦ୍ର ମୁଖ୍ୟ ସରିତା ମିଶ୍ର, ଆଞ୍ଚଳିକ ଏଚ୍‌ଆର୍ ମୁଖ୍ୟ କାଳୀପ୍ରସାଦ ତ୍ରିପାଠୀ ଏହି ଅବସରରେ ଉପସ୍ଥିତ ଥିଲେ। କୋଭିଡ ମହାମାରୀ ମୁକାବିଲା କରିବା ସହ ଚିକିତ୍ସା ଭିତ୍ତିଭୂମିକୁ ମଜଭୁତ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ଏହା ସହାୟକ ହେବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କମ୍ପାନି ୧୩ଟି ଭେଣ୍ଟିଲେଟର ଦାନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe