ଜିଆଇଇଟିର ୪୫ଜଣଙ୍କୁ ଟିସିଏସ୍‌ରେ କ୍ୟାମ୍ପସ ନିଯୁକ୍ତି

Advertisment
ଜିଆଇଇଟିର ୪୫ଜଣଙ୍କୁ ଟିସିଏସ୍‌ରେ କ୍ୟାମ୍ପସ ନିଯୁକ୍ତି

ଭୁବନେଶ୍ୱର: ଗୁଣୁପୁରସ୍ଥିତ ଗାନ୍ଧୀ ଯାନ୍ତ୍ରିକ ଓ ବୈଷୟିକ(ସ୍ୱୟଂଶାସିତ) ମହାବିଦ୍ୟାଳୟରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଟିଏସ୍‌ଏସ୍‌ ଏହାର ଚୟନ ପ୍ରକ୍ରିୟା ଶେଷ କରିଛି। ଏଥିରେ ୪୫ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ମିଳିଛି। ଅନୁଷ୍ଠାନ ପକ୍ଷରୁ ଉନ୍ନତମାନର ଶିକ୍ଷାଦାନ, ଉଚ୍ଚକୋଟିର ପ୍ଲେସମେଣ୍ଟ ଟ୍ରେନିଂ ଏବଂ ସଫ୍ଟ ସ୍କିଲ୍‌ ଟ୍ରେନିଂ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥାଏ। ଏହାଦ୍ୱାରା ପ୍ରତିଷ୍ଠିତ କମ୍ପାନିରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିବା ସହଜ ହୋଇଥାଏ। କ୍ୟାମ୍ପସରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଗାନ୍ଧୀ ଗ୍ରୁପ୍‌ର ଅଧ୍ୟକ୍ଷ ଡ. ସତ୍ୟ ପ୍ରକାଶ ପଣ୍ଡା, ସମ୍ପାଦକ ଡ. ଚନ୍ଦ୍ରଧ୍ୱଜ ପଣ୍ଡା, ଉପାଧ୍ୟକ୍ଷ ତଥା ନିର୍ଦେଶକ ଡ. ଜଗଦୀଶ ପଣ୍ଡା, ପ୍ରିନ୍ସିପାଲ ଡ. କେ. ସେନ୍ଥିଲ କୁମାର, ଡିନ୍‌ ପ୍ରଶାସକ ଡ. ଏନ. ଭି. ଜେ. ରାଓ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe