୩୫ ହଜାର ନୂଆ ନିଯୁକ୍ତି ଦେବ ଟିସିଏସ୍‌

୩୫ ହଜାର ନୂଆ ନିଯୁକ୍ତି ଦେବ ଟିସିଏସ୍‌

ମୁମ୍ବାଇ : ଚଳିତ ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ ଟାଟା କନସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ୩୫ ହଜାର ପିଲାଙ୍କୁ ନିଯୁକ୍ତି ଦେବ। ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ କମ୍ପାନି ୪୩ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିଲା। କମ୍ପାନି ସେହି ଲକ୍ଷ୍ୟକୁ ହାସଲ କରିସାରିଛି। କରୋନା ମହାମାରୀ ପରେ ଦେଶରେ ଡିଜିଟାଲ ଚାହିଦା ବଢ଼ିଛି। ତେଣୁ ବିଶ୍ବବ୍ୟାପୀ କମ୍ପାନିଗୁଡ଼ିକ ଅଧିକରୁ ଅଧିକ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବା ପାଇଁ କ୍ୟାମ୍ପସ ଯାଉଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ କମ୍ପାନିର ଆଟ୍ରିସନ ରେଟ ବା କର୍ମଚାରୀ କମ୍ପାନି ଛାଡ଼ିବା ହାର ୧୧.୯ ପ୍ରତିଶତକୁ ବୃଦ୍ଧି ପାଇଛି। ପ୍ରଥମ ତ୍ରୟମାସରେ ଟିସିଏସର ଆଟ୍ରିସନ ହାର ୮.୬ ପ୍ରତିଶତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe