‘ଟିସିଏସ୍' ରଚିଲା ଇତିହାସ; ଆମେରିକୀୟ କମ୍ପାନୀ 'ଆଇବିଏମ୍'କୁ ପଛରେ ପକାଇ ହେଲା ବିଶ୍ବର ଦ୍ବିତୀୟ ମୂଲ୍ୟବାନ୍ ବ୍ରାଣ୍ଡ୍

Advertisment
ଅଫିସ୍‌ ଆସୁନଥିବା କର୍ମଚାରୀଙ୍କୁ ମେଡିକାଲ୍ ସାର୍ଟିଫିକେଟ୍‌ ମାଗିଲା ଟିସିଏସ୍‌

TechGig

ନୂଆଦିଲ୍ଲୀ: ଟାଟା କନସଲଟେନ୍ସି ସର୍ଭିସ୍(ଟିସିଏସ୍) ଆଇଟି ସର୍ଭିସେସ୍ କ୍ଷେତ୍ରରେ ଆମେରିକୀୟ କମ୍ପାନୀ 'ଆଇବିଏମ୍'କୁ ହଟାଇ ବିଶ୍ବର ଦ୍ବିତୀୟ ମୂଲ୍ୟବାନ କମ୍ପାନୀର ମାନ୍ୟତା ପାଇଛି। ବ୍ରାଣ୍ଡ୍ ଫାଇନାନ୍ସ ୨୦୨୨ ଗ୍ଲୋବାଲ ୫୦୦ ର ରିପୋର୍ଟ ଅନୁସାରେ, ଆଇଟି ସେବା କ୍ଷେତ୍ରର ଶ୍ରେଷ୍ଠ ୨୫ କମ୍ପାନୀ ମଧ୍ୟରେ ଅନ୍ୟ ଏକ ଭାରତୀୟ କମ୍ପାନୀ 'ଇନ୍ଫୋସିସ୍' ମଧ୍ୟ ସ୍ଥାନ ପାଇଛି। ଇନ୍ଫୋସିସ୍ ସବୁଠାରୁ ଅଧିକ ଉନ୍ନତି କରୁଥିବା ବ୍ରାଣ୍ଡର ମାନ୍ୟତା ପାଇଛି। ବିଶ୍ବରେ ସବୁଠାରୁ ଅଧିକ ଉନ୍ନତି କରୁଥିବା ୧୦ଟି ବଡ ଆଇଟି ସର୍ଭିସେସ୍ କମ୍ପାନୀ ମଧ୍ୟରେ ଭାରତର ୬ଟି ବଡ ବ୍ରାଣ୍ଡ୍ ଅଛନ୍ତି। ଏହି ରାଙ୍କିଙ୍ଗ୍ ୨୦୨୦-୨୨ ଲାଗି କରାଯାଇଛି।

ଆଇଟି ସର୍ଭିସେସ୍ ସହିତ ଜଡିତ ଏହି ରାଙ୍କିଙ୍ଗରେ 'ଆସେନ୍ଚର' ପ୍ରଥମ ସ୍ଥାନରେ ଅଛି। ରିପୋର୍ଟ ଅନୁସାରେ ଆସେନ୍ଚରର ବ୍ରାଣ୍ଡ୍ ମୂଲ୍ୟ ୩୬.୨ ବିଲିଅନ ଡଲାର। ଆମେରିକୀୟ ଆଇଟି କମ୍ପାନୀ ଆଇବିଏମ୍ ଏହି ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛି। ୨୦୨୦ ରୁ ୨୦୨୨ ମଧ୍ୟରେ ଭାରତୀୟ କମ୍ପାନୀଗୁଡିକ ସବୁଠାରୁ ଅଧିକ ଉନ୍ନତି କରିଛନ୍ତି।

ରିପୋର୍ଟ ଅନୁସାରେ, ଗତ ୧୨ ମାସରେ ଟିସିଏସର ବ୍ରାଣ୍ଡ୍ ମୂଲ୍ୟ ୧୨.୫ ପ୍ରତିଶତ ବଢି ପାଖାପାଖି ୧ ଲକ୍ଷ ୨୬ ହଜାର କୋଟି ଟଙ୍କା(୧୬.୭୮୬ ଆରବ ଡଲାର) ହୋଇଛି। ଆଇଟି ସର୍ଭିସେସ୍ ଫାର୍ମ୍ ଟିସିଏସ୍ ୨୦୨୧ରେ ୨୫ ବିଲିୟନ୍ ଡଲାର ଆୟ କରିଛି।

ବ୍ରାଣ୍ଡ୍ ଫାଇନାନ୍ସର ସିଇଓ ଓ ପ୍ରେସିଡେଣ୍ଟ ଡେଭିଡ୍ ହେଗ୍ କହିଛନ୍ତି ଟିସିଏସ୍ ପ୍ରଥମ ଥର ପାଇଁ ଏହି କ୍ଷେତ୍ରରେ ଦ୍ବିତୀୟ ସର୍ବାଧିକ ମୂଲ୍ୟବାନ କମ୍ପାନୀ ହୋଇପାରିଛି। ଏହି କମ୍ପାନୀ ସର୍ଭିସେସର ରାଙ୍କିଙ୍ଗରେ କ୍ରମାଗତ ଉନ୍ନତି କରୁଛି।

ବ୍ରାଣ୍ଡ୍ ଫାଇନାନ୍ସ ନିଜ ରିପୋର୍ଟରେ କହିଛି, ଆଜିକାଲି କାର୍ଯ୍ୟକ୍ଷେତ୍ରରେ 'ରିମୋଟ୍ ୱାର୍କିଂ' ବା 'ୱାର୍କ୍ ଫ୍ରମ୍ ହୋମ୍' ସାଧାରଣ ହୋଇ ଯାଇଛି। ଏହି ଧାରା ସାରା ପୃଥିବୀରେ ଦେଖିବାକୁ ମିଳୁଛି। ବିଶ୍ବର ଅର୍ଥବ୍ୟବସ୍ଥାରେ ଡିଜିଟାଲ୍ ବ୍ୟବସ୍ଥାର ଭୂମିକା ସବୁଠାରୁ ଗୁରତ୍ବପୂର୍ଣ୍ଣ ହୋଇଯାଇଛି। ଏହି କାରଣରୁ ଆଇଟି ସର୍ଭିସେସ୍ ସବୁଠାରୁ ଅଧିକ ଉନ୍ନତି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe