ଗୌହ୍ଵାଟି: ଆସାମର ଏକ ଚା’ ବଗିଚାରେ ଉତ୍ପାଦନ କରାଯାଇଥିବା ସ୍ୱତନ୍ତ୍ର ଧରଣର ଚା’କୁ କେଜି ପିଛା ରେକର୍ଡ ୩୯ ହଜାର ଟଙ୍କାରେ ନିଲାମ କରାଯାଇଛି। ଦିବ୍ରୁଗଡ଼ର ମନୋହରି ଟି ଇଷ୍ଟେଟ୍ରେ ଏହି ଚା’କୁ ଉତ୍ପାଦନ କରାଯାଇଛି। ଚା’ ବିକ୍ରି କ୍ଷେତ୍ରରେ ସାରା ବିଶ୍ୱରେ ଏହା ଏକ ରେକର୍ଡ ବୋଲି କୁହାଯାଉଛି। ପୂର୍ବରୁ ଏତେ ଦାମ୍ରେ କେବେ ଚା’ ବିକ୍ରି ହୋଇନଥିଲା। ସହରର ଏକ ସଂସ୍ଥା ଉକ୍ତ ଚା’କୁ ଖରିଦ କରିଛି। ଏହି ସଂସ୍ଥା ଦିଲ୍ଲୀ ଓ ଅହମ୍ମଦାବାଦରେ ଥିବା ନିଜ ଗ୍ରାହକମାନଙ୍କ ପାଖକୁ ସେହି ଚା’ ପଠାଇବ।
ଚା’ ଦାମ୍ କେଜି ପିଛା ୩୯ ହଜାର ଟଙ୍କା
Advertisment
Follow Us