Business Standard
ନୂଆଦିଲ୍ଲୀ: ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲୁଥିବା ତେଜସ୍ ଏକ୍ସପ୍ରେସ ହୋଇପାରେ ଦେଶର ପ୍ରଥମ ପ୍ରାଇଭେଟ୍ ଟ୍ରେନ୍। ଆଇଆରସିଟିସିର ଦୁଇଟି ଟ୍ରେନକୁ ଲିଜରେ ଦିଆଯିବ ଏବଂ ଏହି ଟ୍ରେନ୍ ବେସରକାରୀ ସଂସ୍ଥାକୁ ସଂଚାଳନ କରିବାକୁ ଦିଆଯାଇପାରେ ବୋଲି ମଙ୍ଗଳବାର ଜାଣିବାକୁ ମିଳିଛି।
ରେଳବାଇ ସୂତ୍ର ମୁତାବକ, ଲକ୍ଷ୍ନୌ ଓ ଆନନ୍ଦ ବିହାର ପାଇଁ ପ୍ରଥମେ ଘୋଷଣା କରାଯାଇଥିବା ତେଜସ୍ ଟ୍ରେନ୍ ଓ ଚଣ୍ଡିଗଡ-ନୂଆଦିଲ୍ଲୀ ମଧ୍ୟରେ ପୂର୍ବରୁ ଘୋଷିତ ତେଜସ୍ ଟ୍ରେନକୁ ଏହି କାମରେ ସାମିଲ କରାଯିବାର ସମ୍ଭାବନା ଅଛି। ଏହି ଦୁଇଟି ତେଜସ୍ ଏକ୍ସପ୍ରେସ ୨୦୧୬ରୁ ରେଳବାଇର ସମୟ ତାଲିକାରେ ସାମିଲ ଅଛି। କିନ୍ତୁ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଏହି ଦୁଇଟି ରେଳଗାଡି ପ୍ରସ୍ତୁତ ହୋଇସାରିଛି। ଆନନ୍ଦ ବିହାର ଓ ଲକ୍ଷ୍ନୌ ମଧ୍ୟରେ ଥିବା ତେଜସ୍ ଏକ୍ସପ୍ରେସ୍ ଗତ ଏକ ବର୍ଷରୁ ପ୍ରସ୍ତୁତ ଅଛି। ଆଇଆରସିଟିସି ଏହି ଟ୍ରେନ୍ ଗୁଡିକୁ ନିଜ ଅଧିନକୁ ଆଣିବା ପରେ ନିଲାମ କରି ପ୍ରାଇଭେଟ୍ ପ୍ଲେୟର୍ସ କିମ୍ବା ପର୍ଯ୍ୟଟନ ସଂସ୍ଥାକୁ ଦେଇପାରେ।
Follow Us