ଏଣିକି ୧୦ ଘଣ୍ଟା କାମ କରିବେ କର୍ମଚାରୀ; ସର୍ତ୍ତାବଳୀ ଉଲ୍ଲଂଘନ କଲେ କମ୍ପାନିକୁ ଦିଆଯାଇଥିବା ଛାଡ ହେବ ବାତିଲ

ce96dbd0-f5bc-49f5-889f-ff50c48fb366

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ କର୍ମଚାରୀମାନଙ୍କୁ ଏବେ ଦିନକୁ ୧୦ ଘଣ୍ଟା କାମ କରିବାକୁ ଅନୁମତି ଦିଆଯିବ। ତେଲେଙ୍ଗାନା ସରକାରଙ୍କ ଏହି ନିଷ୍ପତ୍ତି ବ୍ୟବସାୟ ପ୍ରେତ୍ସାହନ ଲାଗି ଏକ ପଦକ୍ଷେପଭାବେ ଦେଖାଯାଉଛି ।

ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ବାଣିଜ୍ୟିକ ପ୍ରତିଷ୍ଠାନ (ଦୋକାନକୁ ଛାଡ଼ି)ର କର୍ମଚାରୀମାନଙ୍କୁ ଏଣିକି ପ୍ରତିଦିନ ୧୦ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ଅନୁମତି ଦିଆଯିବ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି କି ଏପରି ପ୍ରତିଷ୍ଠାନଗୁଡ଼ିକୁ ଆଇନର ଧାରା ୧୬ ଏବଂ ୧୭ରୁ ମୁକ୍ତ କରାଯାଇଛି, ଯାହା କାମର ସମୟ ଏବଂ ବିଶ୍ରାମ ବ୍ୟବଧାନ ସହିତ ଜଡିତ ରହିଛି।

ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ସାପ୍ତାହିକ କାମ କରିବାର ସୀମା ୪୮ ଘଣ୍ଟା ଅତିକ୍ରମ କରିବା ଉଚିତ୍ ନୁହେଁ। ଏହି ସୀମା ଅତିକ୍ରମ କରି କରାଯାଇଥିବା କାମକୁ ଓଭରଟାଇମ୍ ଦରମା ପାଇଁ ଯୋଗ୍ୟ ବିବେଚନା କରାଯିବ। ଏହା ସହିତ, ଯଦି କର୍ମଚାରୀମାନେ ପ୍ରତିଦିନ ଛଅ ଘଣ୍ଟାରୁ ଅଧିକ କାମ କରନ୍ତି, ତେବେ ସେମାନଙ୍କୁ ଅତି କମରେ ୩୦ ମିନିଟ୍ ବିରତି ଦିଆଯିବା ଉଚିତ। ଏହା ବ୍ୟତୀତ, କାର୍ଯ୍ୟ ଏବଂ ବିଶ୍ରାମର ମୋଟ ସମୟ ଗୋଟିଏ ଦିନରେ ୧୨ ଘଣ୍ଟାରୁ ଅଧିକ ହେବା ଉଚିତ୍ ନୁହେଁ। କର୍ମଚାରୀମାନଙ୍କୁ ଓଭରଟାଇମ୍ ଦରମାରେ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାମ କରିବାକୁ ଅନୁମତି ଦିଆଯାଇପାରିବ, କିନ୍ତୁ କୌଣସି ତ୍ରୟମାସିକରେ ୧୪୪ଘଣ୍ଟାରୁ ଅଧିକ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe