ଲକ୍ଷେ ଲୋକଙ୍କୁ ନିଯୁକ୍ତି ଦେବ ତେଲେଙ୍ଗାନା

Advertisment
ଲକ୍ଷେ ଲୋକଙ୍କୁ ନିଯୁକ୍ତି ଦେବ ତେଲେଙ୍ଗାନା

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ରାଜ୍ୟର ପ୍ରଗତି ଓ ଅଭିବୃଦ୍ଧି ଲାଗି ବହୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଇତୁ ବନ୍ଧୁ ସ୍କିମ୍‌ରେ ଫସଲ ଇନପୁଟ୍‌ ପାଇଁ ଚାଷୀମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କାର ସହାୟତା ଦିଆଯାଉଛି। ୩୫ ଲକ୍ଷ ଚାଷୀଙ୍କୁ ୨୨,୦୦୦ କୋଟି ଟଙ୍କା ଋଣରୁ ଆଶ୍ବସ୍ତି ପ୍ରଦାନ କରାଯାଇଛି ବୋଲି ତେଲେଙ୍ଗାନା ସରକାର ଜାରି କରିଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି। ନିଃସ୍ବ, ବରିଷ୍ଠ ନାଗରିକ, ବିଧବା ମହିଳା, କାରିଗର ଓ ଏଡ୍‌ସ ରୋଗୀଙ୍କୁ ସରକାର ମାସିକ ୨୦୧୬ ଟଙ୍କାର ଭତ୍ତା ଦେଉଥିବା ବେଳେ ଦିବ୍ୟାଙ୍ଗଙ୍କୁ ୩୦୧୬ ଟଙ୍କା‌, ବିଡି ଶ୍ରମିକଙ୍କୁ ୨୦୧୬ ଟଙ୍କାର ଭତ୍ତା ଦେଉଛନ୍ତି। ୩୮.୪୧ ଲକ୍ଷ ଲୋକ ଏହି ଭତ୍ତା ପାଇଛନ୍ତି। ଗରିବ ବାଳିକାଙ୍କ ବିବାହ ପାଇଁ ୧.୧୧୬ ଲକ୍ଷ ଟଙ୍କାର ବିବାହ ଖର୍ଚ୍ଚ ଦିଆଯାଉଛି। ସମସ୍ତ ଶ୍ବେତ ରାସନ କାର୍ଡଧାରୀ ପରିବାରକୁ ମାଗଣାରେ ୬ କେଜି ଚାଉଳ ଦିଆଯାଉଛି। ମେଷପାଳକଙ୍କୁ ସରକାର ମାଗଣାରେ ମେଣ୍ଢା ଯୋଗାଇ ଦେଇୁଚନ୍ତି।

ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧୧ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ୨୦୨୨-୨୩ରେ ହଜାରେ କୋଟି ଟଙ୍କା ମଞ୍ଜୁର ହୋଇଛି। ଦୁଗ୍ଧଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଲିଟର ପିଛା ୪ ଟଙ୍କା ପ୍ରୋତ୍ସାହନ ରାଶି ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ବୁଣାକାରମାନଙ୍କୁ ରାଜ୍ୟ ସରକାରା ୫ ଲକ୍ଷ ଟଙ୍କାର ବୀମା ସୁବିଧା ଯୋଗାଇ ଦେଉଛନ୍ତି। ଏଥିସହିତ ସୁତା ଏବଂ ରଙ୍ଗ କିଣିବା ଲାଗି ୫୦ ହଜାର ଟଙ୍କାର ବ୍ୟାଙ୍କ ଋଣ ଏବଂ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି।

publive-image Digital Leaders

ୱାରଙ୍ଗଲଏବଂ ସିରିସିଲାଠାରେ ବୟନ ଶିଳ୍ପ ପାର୍କ ସ୍ଥାପନ ପାଇଁ କାର୍ଯ୍ୟ ଜୋରସୋରରେ ଚାଲିଛି। ସବୁ ଗୋଷ୍ଠୀର ଲୋକଙ୍କ ପାଇଁ ରାଜ୍ୟ ସରକାର ରାଜଧାନୀରେ କମ୍ୟୁନିଟି ଭବନ ସ୍ଥାପନ ପାଇଁ ଜମି ଆବଣ୍ଟନ କରୁଛନ୍ତି। ୧୦ ହଜାର ଇମାମ ଓ ମୌଲାନାଙ୍କୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉଛି। ସରକାର ରାଜ୍ୟବ୍ୟାପୀ ୩୨ଟି ଗିରିଜନ ଭବନ ନିର୍ମାଣ କରୁଛନ୍ତି। ଏଥିରୁ ବନଜାରା ଭବନ ଏବଂ ଆଦିବାସୀ ଭବନ ହାଇଦ୍ରାବାଦଠାରେ ସଂପୂର୍ଣ୍ଣ ହୋଇଛି। ଦେଶର ଏକମାତ୍ର ରାଜ୍ୟ ଭାବେ ଏସଟିମାନଙ୍କୁ ମଦ ଦୋକାନ ଲାଇନେସ୍‌ ପ୍ରଦାନରେ ୫ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛି। ସେହିଭଳି ଅଟୋରିକ୍ସା ଉପରୁ ପରିବହନ ଟିକସ ହଟାଇବାରେ ମଧ୍ୟ ‌ତେଲେଙ୍ଗାନା ଦେଶର ଏକମାତ୍ର ରାଜ୍ୟ ହୋଇପାରିଛି। ପ୍ରତିମାସରେ ମନ୍ଦିର ପୁରୋହିତଙ୍କୁ ଦରମା ଦେବା ପାଇଁ ୧୩୮ କୋଟିର ବ୍ୟବସ୍ଥା କରିଛି। ଓକିଲ ଏବଂ ସାମ୍ବାଦିକଙ୍କ ମଙ୍ଗଳ ପାଇଁ ୧୦୦ କୋଟି ଲେଖାଏଁର ପାଣ୍ଠି ଗଠନ କରିଛି। ଗତ ୮ ବର୍ଷ ମଧ୍ୟରେ ତେଲେଙ୍ଗାନା ସରକାର ୧.୩୩ ଲକ୍ଷ ସରକାରୀ ଚାକିରି ପ୍ରଦାନ କରିଛି ଏବଂ ୯୫ ପ୍ରତିଶତ ‌ସ୍ଥାନୀୟ ବାସିନ୍ଦାଙ୍କୁ ଚାକିରି ଦେବାପାଇଁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମାରେ ସଂଶୋଧନ ଆଣିଛି। ଅନ୍ୟ ଏକ ରେକର୍ଡକ୍ରମରେ ରାଜ୍ୟ ସରକାର ଆଉ ୧ ଲକ୍ଷ ଲୋକଙ୍କୁ ଏକାଥରେ ନିଯୁକ୍ତି ଦେବା କାର୍ଯ୍ୟ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe