ଭୁବନେଶ୍ୱର: ଟେରାବ୍ଲକ୍ ମେସିନାରି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନୂଆ ଇଣ୍ଟରଲକିଂ ଇଟା ତିଆରି ମେସିନ୍କୁ ଉନ୍ମୋଚନ କରାଯାଇଛି। ଏହି ମେସିନ୍ ଗୋଟିଏ ଥରରେ ୧୨ ଇଂଚର ୬ଟି ଇଣ୍ଟର୍ ଲକିଂ ଇଟା ଉତ୍ପାଦନ କରିପାରୁଛି। ଏକ ଘଣ୍ଟା ଭିତରେ ଏହା ଏଭଳି ୧୨୦୦ ଇଟା ଉତ୍ପାଦନ କରିପାରିବ। ଏହି ମେସିନ୍କୁ ମହୀଶୂରର କୌଟିଲ୍ୟ ବିଦ୍ୟାଳୟର ଅଧ୍ୟକ୍ଷ ରଘୁ କିଣିଛନ୍ତି। ମେସିନ୍ ଆରମ୍ଭ କରିବା ଅବସରରେ ରାଜ୍ୟର ପ୍ରାକ୍ତନ ମୁଖ୍ୟ ସଚିବ ଜି ସି ପତି, ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଦିଲ୍ଲୀପ ବେହେରା ଏବଂ ଟେରାବ୍ଲକ୍ର ନେପାଳରେ ଥିବା ସହଯୋଗୀ ସଂସ୍ଥାର ଇନ୍ଦ୍ରଦେବ ଉପସ୍ଥିତ ଥିଲେ। ୧୯୯୮ ପରଠାରୁ କଂପାନି ଏଭଳି ମେସିନ୍ ଉତ୍ପାଦନ କରୁଛି। ଏହା ଉଭୟ ସାଧାରଣ ଇଟା ଏବଂ ଇଣ୍ଟର-ଲକିଂ ପାଇଁ ମେସିନ୍ ତିଆରି କରୁଛି। ଥାଇଲ୍ୟାଣ୍ଡ୍ର କଂପାନି ‘ସଏଲ୍ ଆଣ୍ଡ୍ ବ୍ରିକ୍ସ କଂପାନି’ର ପ୍ରଯୁକ୍ତିକୁ ଏହା ବ୍ୟବହାର କରୁଛି।
ଟେରାବ୍ଲକ୍ର ଇଣ୍ଟରଲକିଂ ଇଟା ତିଆରି ମେସିନ୍
Advertisment
Follow Us