ଗୁଜରାଟରେ କାରଖାନା କରିପାରେ ଟେସ୍‌ଲା

Advertisment
ନିକଟ ଭବିଷ୍ୟତରେ ଭାରତରେ ଉପଲବ୍ଧ ହୋଇନପାରେ ଟେସଲା କାର, କାରଣ ଜାଣନ୍ତୁ

Ahmedabad Local

ନୂଆଦିଲ୍ଲୀ : ଆମେରିକାର ଇଲେକ୍ଟ୍ରିକ୍ କାର ନିର୍ମାତା ଟେସ୍‌ଲା ନିକଟରେ ଭାରତରେ ଏହାର ସହାୟକ କମ୍ପାନି ପ୍ରତିଷ୍ଠା ପାଇଁ ପଞ୍ଜୀକରଣ କରିସାରିଛି। ବେଙ୍ଗାଲୁରୁରେ ଟେସ୍‌ଲା ଇଣ୍ଡିଆ ମୋଟର୍ସ ଆଣ୍ଡ ଏ‌ନର୍ଜି ପ୍ରାଇଭେଟ ଲିମିଟେଡ ନାମରେ ଏହା ପଞ୍ଜୀକୃତ ହୋଇଛି। ତେବେ କମ୍ପାନି ଗୁଜରାଟରେ ଏହାର କାରଖାନା ସ୍ଥାପନ କରିବା ସମ୍ଭାବନା ଅଧିକ ରହିଛି। ଗୁଜରାଟ, କର୍ଣ୍ଣାଟକ ସହିତ ୫ଟି ରାଜ୍ୟ ସହିତ କାରଖାନା ସ୍ଥାପନ ପାଇଁ କମ୍ପାନି କଥାବାର୍ତ୍ତା ଚଳାଇଛି। କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ବେଙ୍ଗାଲୁରୁ ଉପକଣ୍ଠ ଟୁମକୁରଠାରେ କାରଖାନା ସ୍ଥାପନ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଗୁଜରାଟକୁ କମ୍ପାନି କାରଖାନା ପାଇଁ ପସନ୍ଦର ରାଜ୍ୟଭାବେ ଚୟନ କରିପାରେ। ରାଜ୍ୟ ସରକାର ଏଥିପାଇଁ ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମନୋଜ ଦାସ କହିଛନ୍ତି। ଟେସ୍‌ଲା ସହିତ ଆଲୋଚନା ଚାଲିଛି। କମ୍ପାନିକୁ ରାଜ୍ୟ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଓ ପ୍ରୋତ୍ସାହନ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe