ଅମ୍ବୁଜା, ଏସିସିରେ ଥିବା ହୋଲ୍‌ସିମ୍‌ ଅଂଶଧନକୁ କିଣିବ ଆଦାନି ପରିବାର

ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ ପାଇଁ ଆଉ ୬ ମାସ ସମୟ ମାଗିଲା ସେବି

Image Courtesy: News Live

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଧନୀ ବ୍ୟକ୍ତି ଗୌତମ ଆଦାନିଙ୍କ ପରିବାର ଅମ୍ବୁଜା ସିମେଣ୍ଟ୍‌ସ ଓ ଏସିସି ସିମେଣ୍ଟ୍‌ରେ ସ୍ବିଜରଲ୍ୟାଣ୍ଡ୍‌ର ସଂସ୍ଥା ହୋଲ୍‌ସିମ୍‌ର ଥିବା ଅଂଶଧନକୁ କିଣିବ। ହୋଲ୍‌ସିମ୍‌ର ଏସିସିରେ ୬୩.୧୯% ଓ ଅମ୍ବୁଜା ସିମେଣ୍ଟ୍‌ସରେ ୫୪.୫୩% ଅଂଶଧନ ଥିଲା। ତାହାକୁ ପ୍ରାୟ ୧୦୫୦ କୋଟି ଡଲାର (ପ୍ରାୟ ୮୦ ହଜାର କୋଟି ଟଙ୍କା)ରେ କିଣିବାକୁ ଆଦାନି ପରିବାର ଏକ ସ୍ପେସିଆଲ ପରପସ୍ ଭେଇକିଲ୍ (ଏସ୍‌ପିଭି) ଗଠନ କରିଛି। ଦେଶର ଭିତ୍ତିଭୂମି ଓ ଉପକରଣ କ୍ଷେତ୍ରରେ ଏହାକୁ ସବୁଠୁ ବଡ଼ ଅଧିଗ୍ରହଣ ଭାବେ ବିବେଚନା କରାଯାଉଛି। ଏହି ଅଧିଗ୍ରହଣ ଜରିଆରେ ଆଦାନି ଗ୍ରୁପ୍ ଏବେ ଦେଶର ଦ୍ବିତୀୟ ବୃହତ ସିମେଣ୍ଟ୍ ଉତ୍ପାଦନକାରୀ ଭାବେ ଉଭା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe