ବ୍ୟାଙ୍କ ସଂସ୍କାର ଜନକ ନରସିଂହମଙ୍କ ପରଲୋକ

Advertisment
ବ୍ୟାଙ୍କ ସଂସ୍କାର ଜନକ ନରସିଂହମଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଏମ୍‌ ନରସିଂହମ୍‌ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ରିଜର୍ଭ ବ୍ୟାଙ୍କର ତ୍ରୟୋଦଶ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଥିବା ନରସିଂହମ୍‌ଙ୍କୁ ଭାରତୀୟ ବ୍ୟାଙ୍କ କ୍ଷେତ୍ର ସଂସ୍କାରର ଜନକ ବୋଲି କୁହାଯାଉଛି। ୧୯୭୭ ମେ ୨ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସେ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ରିଜର୍ଭ ବ୍ୟାଙ୍କ କ୍ୟାଡରର ପ୍ରଥମ ଏବଂ ଆଜି ସୁଦ୍ଧା ଏକମାତ୍ର ଅଧିକାରୀ ଯେ କି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇ ପାରିଛନ୍ତି। ରିଜର୍ଭ ବ୍ୟାଙ୍କର ଅର୍ଥନୀତି ବିଭାଗରେ ଗବେଷଣା ଅଧିକାରୀଭାବେ ସେ ତାଙ୍କ ଚାକିରି ଆରମ୍ଭ କରିଥିଲେ। ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ହେବା ପୂର୍ବରୁ ସେ ଅର୍ଥ ମନ୍ତ୍ରାଳୟର ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe