ଶ୍ରୀମନ୍ଦିର ପ୍ରଶାସନକୁ ଖିମ୍‌ଜୀ ଫାଉଣ୍ଡେସନ ଦେଲା ଆମ୍ବୁଲାନ୍ସ

Advertisment
ଶ୍ରୀମନ୍ଦିର ପ୍ରଶାସନକୁ ଖିମ୍‌ଜୀ ଫାଉଣ୍ଡେସନ ଦେଲା ଆମ୍ବୁଲାନ୍ସ

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରଶାସନକୁ ଖିମ୍‌ଜୀ ଫାଉଣ୍ଡେସନ ପକ୍ଷରୁ ଆଜି ଆମ୍ବୁଲାନ୍ସ ଦାନ କରାଯାଇଛି। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କୁ ଖିମ୍‌ଜୀ ଫାଉଣ୍ଡେସନର ନିର୍ଦେଶକ ମିତେଶ ଖିମଜୀ ଆମ୍ବୁଲାନ୍ସ ହସ୍ତାନ୍ତର କରିଛନ୍ତି। ଭକ୍ତ, ଶ୍ରଦ୍ଧାଳୁ, ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଲାଗି କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ଏହାକୁ ବ୍ୟବହାର କରାଯିବ।

ଆମ୍ବୁଲାନ୍ସ ଦାନ କରିଥିବାରୁ ଖିମ୍‌ଜୀ ଫାଉ‌ଣ୍ଡେସନକୁ ଶ୍ରୀ କୁମାର ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତିଯେ ପ୍ରଭୁ ଜଗନ୍ନାଥ ଦର୍ଶନ ପାଇଁ ଲକ୍ଷ ଲକ୍ଷ ‌ଶ୍ରଦ୍ଧାଳୁ ଆସୁଛନ୍ତି। ମୌଳିକ ସ୍ବାସ୍ଥ୍ୟ ସେବା ଦରକାର କରୁଥିବା ପ୍ରତିଟି ଲୋକଙ୍କୁ ଆମେ ସେହି ସେବା ଯୋଗାଇ ଦେବାକୁ ଚାହୁଛୁ। ଏହି ଆମ୍ବୁଲାନ୍ସ ନିଶ୍ଚିତ ଭାବେ ସେ ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ମିତେଶ ଖିମ୍‌ଜୀ କହିଛନ୍ତି ଯେ ଏବେ ସାରା ଭାରତ କୋଭିଡ୍-୧୯ ମହାମାରୀର ଦ୍ବିତୀୟ ଲହର ସହ ଲଢ଼େଇ କରୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe