ବିଜନେସ୍‌ କ୍ଲାସ୍‌ରୁ ବାହାରିଲା ପିମ୍ପୁଡ଼ି

Advertisment
ଏୟାର ଇଣ୍ଡିଆ କିଣିବ ୫୦୦ ବିମାନ

Image Courtesy of India Today

ନୂଆଦିଲ୍ଲୀ: ବିଜ୍‌ନେସ୍‌ କ୍ଲାସ୍‌ରୁ ପିମ୍ପୁଡ଼ି ବାହାରିବାକୁ ଏୟାର ଇଣ୍ଡିଆକୁ ଏକ ବିମାନ ବଦଳାଇବାକୁ ପଡ଼ିଛି। ସୋମବାର ଏହି ଘଟଣା ଘଟିଛି। ନୂଆଦିଲ୍ଲୀରୁ ଲଣ୍ଡନ ଯାତ୍ରା କରିବାକୁ ଥିବା ଏୟାର ଇଣ୍ଡିଆର ଏ୧-୧୧୧ ବିମାନର ବିଜ୍‌ନେସ୍‌ କ୍ଲାସ୍‌ରୁ ପିମ୍ପୁଡ଼ି ବାହାରି ଥିଲା। ଏହା ଜଣାପଡ଼ିବା ପରେ କଂପାନି ସେହି ବିମାନର ଉଡ଼ାଣକୁ ରଦ୍ଦ କରିଥିଲା ଓ ତାହା ସ୍ଥାନରେ ଏକ ଅଲଗା ବିମାନ ଆଣିଥିଲା। ସେହି ବିମାନରେ ଭୁଟାନର ରାଜା ଜିଗ୍‌ମେ ଖେସର ନାମ୍‌ଜୟେଲ୍‌ ୱାଙ୍ଗ୍‌ଚୁକ୍‌ଙ୍କ ପୁଅ ଜିଗ୍‌ମେ ନାମଜିୟେଲ୍‌ ୱାଙ୍ଗଚୁକ୍‌ ଜଣେ ଯାତ୍ରୀ ଥିଲେ। ପୂର୍ବରୁ ଗତ ମେ’ ମାସରେ ଏୟାର ଇଣ୍ଡିଆର ଦିଲ୍ଲୀ-ଆମେରିକା ରୁଟ୍‌ରେ ଯାତ୍ରା କରିବାକୁ ଥିବା ଏକ ବିମାନରୁ ବାଦୁଡ଼ି ବାହାରିଥିଲା। ବିମାନରେ ବାଦୁଡ଼ି ଥିବା ବିଷୟରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)କୁ ପାଇଲଟ୍‌ ଜଣାଇଥିଲେ। ଏହା ପରେ ବିମାନଟି ଇନ୍ଦୀରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରକୁ ଫେରିଆସିଥିଲା। ଉଡ଼ାଣର ଅଧ ଘଣ୍ଟା ପରେ ବିମାନର କ୍ରୁ ସଦସ୍ୟମାନେ ବାଦୁଡ଼ିକୁ ଠାବ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe