ବସ୍‌ ଆସିଲାନି, ଚାଲି ଚାଲି ଗଲେ ସ୍ପାଇସ୍‌ଜେଟ୍ ଯାତ୍ରୀ

Advertisment
ବସ୍‌ ଆସିଲାନି, ଚାଲି ଚାଲି ଗଲେ ସ୍ପାଇସ୍‌ଜେଟ୍ ଯାତ୍ରୀ

New Indian Express

ନୂଆଦିଲ୍ଲୀ: ଟର୍ମିନାଲ୍ ପର୍ଯ୍ୟନ୍ତ ଯିବା ଲାଗି ଦୀର୍ଘ ୪୫ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବା ସତ୍ତ୍ବେ ବସ୍ ଆସିଲାନି। ଫଳରେ ଯାତ୍ରୀମାନେ ଚାଲି ଚାଲି ଯାଇଥିଲେ। ଏହି ଘଟଣା ଦିଲ୍ଲୀ ବିମାନବନ୍ଦରରେ ଶନିବାର ରାତିରେ ଘଟିଛି। ସ୍ପାଇସ୍‌ଜେଟ୍‌ର ହାଇଦ୍ରାବାଦ-ଦିଲ୍ଲୀ ବିମାନର ଯାତ୍ରୀମାନଙ୍କ ପାଇଁ ବସ୍ ପହଞ୍ଚାଇବାରେ କଂପାନି ବିଫଳ ହୋଇଥିଲା। ଏହାକୁ ସୁରକ୍ଷାରେ ତ୍ରୁଟି ଭାବେ ବିଚାର କରାଯାଉଛି। ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କଂପାନି ପକ୍ଷରୁ କୁହାଯାଇଛି ଯେ କିଛି ସମୟର ବିଳମ୍ବ ହୋଇଥିଲା। ବସ୍ ଆସିବା ପରେ ଚାଲିବା ଆରମ୍ଭ କରିଥିବା ଯାତ୍ରୀମାନେ ମଧ୍ୟ ବସ୍‌ରେ ଚଢ଼ିଥିଲେ। ଷ୍ଟାଫ୍‌ମାନେ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ କିଛି ଯାତ୍ରୀ ଟର୍ମିନାଲ୍ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। ସୁରକ୍ଷା ଦୃଷ୍ଟି‌ରୁ ଯାତ୍ରୀମାନଙ୍କୁ ଚାଲିବା ଅନୁମତି ଦିଆଯାଇନାହିଁ। ଗାଡ଼ି ଯିବା ଆସିବା ଲାଗି ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇଛି। ସ୍ପାଇସ୍‌ଜେଟ୍‌ର ହାଇଦ୍ରାବାଦ-ଦିଲ୍ଲୀ ବିମାନରେ ୧୮୬ ଜଣ ଯାତ୍ରୀ ଥିଲେ। ଏହି ବିମାନ ଶନିବାର ରାତି ୧୧ଟା ୨୪ରେ ବିମାନବନ୍ଦରରେ ଅବତରଣ କରିଥିଲେ। ଗୋଟିଏ ବସ୍ ଆସି କିଛି ଯାତ୍ରୀଙ୍କୁ ଟର୍ମିନାଲ୍ ୩ ପର୍ଯ୍ୟନ୍ତ ନେଇଥିଲା। ଏହା ପରେ କିନ୍ତୁ ବସ୍ ଆସିନଥିଲା। ବହୁ ସମୟ ଅପେକ୍ଷା କରିବା ପରେ ଯାତ୍ରୀମାନେ ଚାଲିବା‌ ଆରମ୍ଭ କରିଥିଲେ। ବିମାନ ଅବତରଣ ସ୍ଥଳ ଠାରୁ ଟର୍ମିନାଲ୍ ପ୍ରାୟ ଦେଢ଼ କିଲୋମିଟରର ରାସ୍ତା।

ଗତ କିଛି ଦିନ ହେଲାଣି ସୁରକ୍ଷା ତ୍ରୁଟି ଯୋଗୁଁ ସ୍ପାଇସଜେଟ୍ ଚର୍ଚ୍ଚାରେ ରହିଛି। ମଝି ଆକାଶରେ ଉଡ଼ୁଥିବା ବେଳେ ଏହାର ବିମାନଗୁଡ଼ିକରେ ତ୍ରୁଟି ଦେଖିବାକୁ ମିଳିଥିଲା। ଡିଜିସିଏ ସ୍ପଟ୍ ଯାଞ୍ଚ୍‌ କରିବା ପରେ ଆଠ ସପ୍ତାହ ପାଇଁ ଏହାର ୫୦ ପ୍ରତିଶତ ବିମାନର ଉଡ଼ାଣ ଉପରେ କଟକଣା ଲଗାଯାଇଛି। କଂପାନି ଉପରେ ନଜର ରଖାଯାଇଛି। ସ୍ଥିତିରେ ଉନ୍ନତି ହେବା ପରେ ଏହି କଟକଣା ହଟିବ ବୋଲି ଡିଜିସିଏ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe