ବସ୍‌ରେ ଋଷିକେଶରୁ ଲଣ୍ଡନ ଯାତ୍ରା, ୨୦୨୧ ଜୁନ୍‌ରେ ଗଡ଼ିବ

Advertisment

୨୦ଟି ଦେଶ ଦେଇ ଯିବ ବସ୍‌, ଜଣଙ୍କୁ ଭଡ଼ା ୧୪ ଲକ୍ଷ ଟଙ୍କା

୨୦ଟି ଦେଶ ଦେଇ ଯିବ ବସ୍‌, ଜଣଙ୍କୁ ଭଡ଼ା ୧୪ ଲକ୍ଷ ଟଙ୍କା

ବସ୍‌ରେ ଋଷିକେଶରୁ ଲଣ୍ଡନ ଯାତ୍ରା, ୨୦୨୧ ଜୁନ୍‌ରେ ଗଡ଼ିବ

ନୂଆଦିଲ୍ଲୀ: ସଡ଼କ ପଥରେ ଯାତ୍ରା କରିବାକୁ ଭଲ ପାଉଥିବା ଲୋକମାନଙ୍କ ପାଇଁ ଏକ ବହୁତ ବଡ଼ ଖବର। ୨୦୨୧ ଜୁନ୍‌ରୁ ଋଷିକେଶରୁ ଏକ ବସ୍ ଲଣ୍ଡନକୁ ଯାତ୍ରା କରିବ। ଦୀର୍ଘ ୭୫ ଦିନ ପର୍ଯ୍ୟନ୍ତ ଏହି ବସ୍ ୨୦ଟି ଦେଶ ଦେଇ ୨୧,୦୦୦ କିଲୋମିଟର ଅତିକ୍ରମ କରିବା ପରେ ଲଣ୍ଡନରେ ପହଞ୍ଚିବ। କୁସ୍ତିବିତ୍ ଲାଭାଂଶୁ ଶର୍ମା ଏହି ବସ୍ ଯାତ୍ରା ବିଷୟରେ ଘୋଷଣା କରିଛନ୍ତି। ସେ ୨୦ ଜଣ ଲୋକଙ୍କୁ ବସ୍‌ରେ ନେଇ ଲଣ୍ଡନ ଯିବେ। ଏହି ଯାତ୍ରାର ନାମ ରଖାଯାଇଛି 'ଇନକ୍ରେଡିବଲ୍ ବସ୍ ରାଇଡ୍‌' (ଅତୁଲ୍ୟ ବସ୍ ଯାତ୍ରା)। ମୋଟ ୧୧ ସପ୍ତାହ ପର୍ଯ୍ୟନ୍ତ ଏହି ବସ୍ ଯାତ୍ରା ଜାରି ରହିବ। ପ୍ରଥମ ସପ୍ତାହରେ ଏହା ଋଷିକେଶରୁ ଇମ୍ଫାଲ୍‌ ଯିବ। ସେଠାରୁ ଦ୍ବିତୀୟ ସପ୍ତାହରେ ମିଆଁମାର, ତୃତୀୟ ସପ୍ତାହରେ ମିଆଁମାରରୁ ଥାଇଲ୍ୟାଣ୍ଡ୍‌ ଦେଇ ଲାଓସରେ ବସ୍ ପହଞ୍ଚିବ।

publive-image Times of India

୨୧,୦୦୦ କିମି, ୭୫ ଦିନ, ୧୧ ସପ୍ତାହର ଯାତ୍ରା, ଦୁନିଆର ସବୁଠୁ ଲମ୍ବା ବସ୍ ଯାତ୍ରା

ଚତୁର୍ଥ ସପ୍ତାହରେ ବସ୍‌ଟି ଚୀନ୍‌ର ଚେଙ୍ଗଡୁ ଅଭିମୁଖେ ଯାତ୍ରା କରିବ ଓ ପଞ୍ଚମ ଓ ଷଷ୍ଠ ସପ୍ତାହରେ ତାହା ଚୀନ୍‌ର ଡୁନହୁଆଙ୍ଗ ଓ କାଶଗରରେ ପହଞ୍ଚିବ। ସପ୍ତମ ସପ୍ତାହରେ କାଜାଖସ୍ତାନର ବିଶ୍‌କେକ୍‌ରୁ ଉଜବେକିସ୍ତାନର ତାସକେଣ୍ଟ୍‌ ପର୍ଯ୍ୟନ୍ତ ବସ୍‌ଟି ଯାତ୍ରା କରିବ। ଅଷ୍ଟମ ସପ୍ତାହରେ ତାହା କାଜାଖସ୍ତାନର ବେନେଉରୁ ରୁଷିଆର ମସ୍‌କୋରେ ପହଞ୍ଚିବ। ନବମ ସପ୍ତାହରେ ପୋଲାଣ୍ଡ୍‌ର ଲାଟ୍‌ଭିଆ, ଚେକ୍‌ ଗଣରାଜ୍ୟର ପ୍ରାଗ୍‌ ଓ ଅ‌ଷ୍ଟ୍ରିଆ ମଧ୍ୟରେ ଏହା ଯାତ୍ରା କରିବ। ଦଶମ ସପ୍ତାହରେ ସ୍ବିଜରଲ୍ୟାଣ୍ଡ୍‌ର ଜୁରିକ୍, ଫ୍ରାନ୍ସର ପ୍ୟାରିସ୍‌ ଦେଇ ବସ୍‌ଟି ବ୍ରିଟେନ୍‌ର ଲଣ୍ଡନ ସହରରେ ପହଞ୍ଚିବ। ସେଠାରୁ ୱେଲସ୍‌ ଓ ସ୍କଟଲ୍ୟାଣ୍ଡ୍‌ ଯିବା ପରେ ପୁଣି ଲଣ୍ଡନ ଫେରିଆସିବ। ଏହି ବସ୍‌ରେ ଭ୍ରମଣ କରିବାକୁ ଥିବା ଯାତ୍ରୀମାନଙ୍କ ପାସ୍‌ପୋର୍ଟ ରହିଥିବା ଦରକାର। ପ୍ରତି ବ୍ୟକ୍ତିଙ୍କ ପିଛା ଟିକଟ ମୂଲ୍ୟ ୧୪ ଲକ୍ଷ ଟଙ୍କା ରହିଛି। ଲଣ୍ଡନରୁ ବିମାନ ଜରିଆରେ ଯାତ୍ରୀମାନେ ଭାରତ ଫେରିବେ। ବିଭିନ୍ନ ସ୍ଥାନରେ ରହଣୀ ପାଇଁ ହୋଟେଲ୍‌ ଖର୍ଚ୍ଚ, ଦିନକୁ ଦୁଇଟି ମିଲ୍‌ ଓ ଭିସା ଫି' ଆଦି ଖର୍ଚ୍ଚ ସେଥିରେ ସାମିଲ ରହିଛି। ଏହି ଯାତ୍ରାର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତର ସୁନ୍ଦର ସଂସ୍କୃତିକୁ ବିଦେଶରେ ପ୍ରଚାର କରିବା। ଲାଭାଂଶ ହେଉଛନ୍ତି ଜଣେ ଶାନ୍ତି କର୍ମୀ ପୂର୍ବରୁ ସେ ନିଜ ଭାଇ ବିଶାଲଙ୍କ ସହ ୩୨ଟି ଦେଶ ଦେଇ ୨୮ ହଜାର କିଲୋମିଟର ସଡ଼କ ପଥରେ ଯାତ୍ରା କରିବା‌ ପରେ ଲଣ୍ଡନରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe