ପୁଞ୍ଜି ପ୍ରତ୍ୟାହାର ତ୍ରୁଟି ଧରିଲେ ସିଏଜି, ଗୋଟିଏ ସରକାରୀ କଂପାନିକୁ ଆଉ ଏକ ସରକାରୀ କଂପାନିକୁ ବିକିଛନ୍ତି

Advertisment
ପୁଞ୍ଜି ପ୍ରତ୍ୟାହାର ତ୍ରୁଟି ଧରିଲେ ସିଏଜି, ଗୋଟିଏ ସରକାରୀ କଂପାନିକୁ ଆଉ ଏକ ସରକାରୀ କଂପାନିକୁ ବିକିଛନ୍ତି

Shikara Academy

ନୂଆଦିଲ୍ଲୀ: ଗୋଟିଏ ସରକାରୀ କଂପାନିକୁ ଆଉ ଏକ ସରକାରୀ କଂପାନିକୁ ବିକ୍ରି କରି କେନ୍ଦ୍ର ସରକାର ତାହାକୁ ଗୁରୁତ୍ବପୂର୍ଣ୍ଣ ପୁଞ୍ଜି ପ୍ରତ୍ୟାହାର ଭାବେ ବର୍ଣ୍ଣନା କରିଛନ୍ତି। ୨୦୧୮-୧୯ରେ ଏଭଳି ଚାରିଟି କାରବାର ହୋଇଥିଲା। ରୁରାଲ୍ ଇଲେକ୍ଟ୍ରିଫିକେସନ କର୍ପୋରେସନକୁ ପିଏଫ୍‌ସିକୁ ବିକ୍ରି କରାଯାଇଥିଲା। ସେହିପରି ଡ୍ରେଜିଂ କର୍ପୋରେସନ୍‌କୁ ପୋର୍ଟ ଟ୍ରଷ୍ଟସ୍‌କୁ, ନ୍ୟାସନାଲ୍ ପ୍ରୋଜେକ୍ଟସ୍‌ କନଷ୍ଟ୍ରକ୍ସନ କଂପାନିକୁ ୱାର୍‌କସ୍‌ କର୍ପୋରେସନକୁ ଏବଂ ଏଚ୍ଏସ୍‌ସିସି (ଇଣ୍ଡିଆ)କୁ ଏନ୍‌ବିସିସିକୁ ବିକ୍ରି କରାଯାଇଥିଲା। ଏହି କିଣାବିକାରେ କେବଳ ସରକାରୀ କ୍ଷେତ୍ରରେ ଥିବା ସମ୍ବଳ ସରକାରଙ୍କୁ ହସ୍ତାନ୍ତର ହୋଇଥିଲା। ଏହି କାରବାର ଜରିଆରେ ସରକାର ୭୨,୬୨୦ କୋଟି ଟଙ୍କା ପାଇଥିଲେ।

ଏହା ପୂର୍ବ ବର୍ଷ ସରକାରୀ ତେଲ କଂପାନି ଏଚ୍‌ପିସିଏଲ୍‌କୁ ଓଏନ୍‌ଜିସିକୁ ବିକ୍ରି କରାଯାଇଥିଲା। ଯେହେତୁ ସରକାରଙ୍କ ପୁଞ୍ଜିପ୍ରତ୍ୟାହାର ଯୋଜନା ଠିକ୍ ଭାବେ ଆଗକୁ ବଢ଼ୁନାହିଁ ତେଣୁ ଗୋଟିଏ ପିଏସ୍‌ୟକୁ ଅନ୍ୟ ଗୋଟିଏ ପିଏସ୍‌ୟୁକୁ ବିକ୍ରି କରାଯାଇଛି। ୟୁଟିଆଇରେ ଥିବା ଅଂଶଧନ ବିକ୍ରି କରିବା ଲାଗି ଗଠନ କରାଯାଇଥିବା ଏସ୍‌ୟୁୟୁଟିଆଇର ସେୟାର ବିକ୍ରିକୁ ମଧ୍ୟ ସରକାର ପୁଞ୍ଜି ପ୍ରତ୍ୟାହାରରୁ ଆୟ ଭାବେ ପ୍ରଦର୍ଶିତ କରିଛନ୍ତି। ସିଏଜି ଦାବି କରିଛନ୍ତି ଯେ ଏହି କାରବାରକୁ କେନ୍ଦ୍ର ସରକାରଙ୍କ ଖାତାରେ ଠିକ୍ ଭାବେ ପ୍ରଦର୍ଶିତ କରାଯାଇନଥିଲା। ଏହି ସଂସ୍ଥାର ସେୟାର ବିକ୍ରିରୁ ୧୨,୪୨୬ କୋଟି ଟଙ୍କା ମିଳିଥିଲା। ତାହାକୁ ସରକାରଙ୍କ ଖାତାରେ ‘ଅନ୍ୟାନ୍ୟ ପୁଞ୍ଜି ଆୟ’ ଭାବେ ପ୍ରଦର୍ଶିତ କରାଯାଇଥିଲା। ‌ଯେହେତୁ ଏସ୍‌ୟୁୟୁଟିଆଇ ଏକ ସରକାରୀ ସଂସ୍ଥା ନଥିଲା ତେଣୁ ତାହାର ସେୟାର ବିକ୍ରିରୁ ମିଳିଥିବା ଟଙ୍କାକୁ ଅଣ-ଟିକସ ରାଜସ୍ବ ଭାବେ ପ୍ରଦର୍ଶନ କରାଯିବାର ଥିଲା। ମାତ୍ର ସରକାର ତାହାକୁ ପୁଞ୍ଜି ଆୟ ଭାବେ ପ୍ରଦର୍ଶିତ କରିଥିଲେ ବୋଲି ସିଏଜି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe