କାର୍ ଆହୁରି ମହଙ୍ଗା ହେବ

Advertisment
ଜୁନ୍‌ରେ ଗାଡ଼ି ବିକ୍ରି ୧୦% ବଢ଼ିଲା

IndiaTV News

ନୂଆଦିଲ୍ଲୀ: କାର୍‌ ତିଆରି କରିବାରେ ବ୍ୟବହୃତ ହେଉଥିବା କଞ୍ଚାମାଲ୍ ଦାମ୍ ନିୟମିତ ଭାବେ ବୃଦ୍ଧି ପାଉଥିବାରୁ ପୁଣି ଥରେ କାର୍ ମୂଲ୍ୟ ବଢ଼ାଇବା ଉପରେ କଂପାନିଗୁଡ଼ିକ ବିଚାର କରୁଛନ୍ତି। ଚଳିତ ବର୍ଷ ତିନି ଥର କାର୍ ଦାମ୍ ବୃଦ୍ଧି ପାଇଛି। ଚତୁର୍ଥ ଥର ଦରବୃଦ୍ଧି କରିବା ଲାଗି କଂପାନିଗୁଡ଼ିକ ନିଜକୁ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ୨୦୨୨ ଜାନୁଆରିରେ ଦରବୃଦ୍ଧି ବିଷୟରେ ସେମାନେ ଆନୁଷ୍ଠାନିକ ଘୋଷଣା କରିବେ ବୋଲି କୁହାଯାଉଛି। ଏମ୍‌ଜି ମୋଟର ଇଣ୍ଡିଆ, ଭଲ୍‌ଭୋ ଆଇସର୍‌ କମର୍ସିଆଲ୍ ଭେଇକିଲ୍ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ବରିଷ୍ଠ ଅଧିକାରୀ ଦରବୃଦ୍ଧିର ସମ୍ଭାବନା ଥିବା କହିଛନ୍ତି। ୨୦୨୧ର ଜାନୁଆରି, ଜୁନ୍ ଓ ସେପ୍ଟେମ୍ବରରେ ମାରୁତି ସୁଜୁକି ଏହାର କାର୍ ଦାମ୍ ବଢ଼ାଇଥିଲା। କାର୍ ଶିଳ୍ପ ଏବେ ଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି। ସେମି କଣ୍ଡକ୍ଟର ଅଭାବ ଗାଡ଼ି ତିଆରି କାର୍ଯ୍ୟକୁ ଗୁରୁତର ଭାବେ ପ୍ରଭାବିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe