ଭୁବନେଶ୍ବର: ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦେଶକ ଥାଲିକେରପା ଏସ୍ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ବାଲେଶ୍ବର ପ୍ରକଳ୍ପ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଏହି ସଂସ୍ଥା ହେଉଛି ଏସ୍ପିଏମ୍ସିଆଇଏଲ୍ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ୍ର ଏକ ଯୌଥ ଉଦ୍ୟୋଗ। ବାଲେଶ୍ବରରେ ୨୫୦୦ କୋଟି ଟଙ୍କା ନିବେଶରେ ଏହା ଏକ ବ୍ୟାଙ୍କ ନୋଟ୍ ପେପର ମିଲ୍ ସ୍ଥାପନ କରିବା ଯୋଜନା ରଖିଛି। କଂପାନିକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବୈଠକରେ ୫-ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆର ଏମ୍ଡି
Advertisment
Follow Us