ବିପଦରେ ନଗଦ ନୋଟ୍‌ର ଆଧିପତ୍ୟ, ଆମେରିକାରୁ ଆଫ୍ରିକା ପର୍ଯ୍ୟନ୍ତ ସବୁଆଡ଼େ ନୋଟ୍‌ ପ୍ରଚଳନ ହ୍ରାସ

Advertisment
ବିପଦରେ ନଗଦ ନୋଟ୍‌ର ଆଧିପତ୍ୟ, ଆମେରିକାରୁ ଆଫ୍ରିକା ପର୍ଯ୍ୟନ୍ତ ସବୁଆଡ଼େ ନୋଟ୍‌ ପ୍ରଚଳନ ହ୍ରାସ

image source-news18

ନୂଆଦିଲ୍ଲୀ: ବ୍ୟବସାୟ ଓ ବାଣିଜ୍ୟ ଲାଗି ନଗଦ ରାଶିର ବ୍ୟବହାର ଅନେକ ବର୍ଷରୁ ଚାଲିଆସିଛି। ଡିଜିଟାଲ୍ ପେମେଣ୍ଟ୍‌ ବ୍ୟବସ୍ଥା‌ରେ ଯେତେ ଉନ୍ନତି ହେଲେ ମଧ୍ୟ ଲୋକମାନେ ପର୍ସ କିମ୍ବା ୱାଲେଟ୍‌ରେ ନଗଦ ରାଶି ରଖିବା ବନ୍ଦ କରିନାହାନ୍ତି। କିନ୍ତୁ କରୋନା ଭୂତାଣୁ ଆଗମନ ପରେ ନଗଦ ରାଶି ବ୍ୟବହାରରେ ବଡ଼ଧରଣର ପରିବର୍ତ୍ତନ ‌ଦେଖାଦେଇଛି। କେବଳ କାଗଜ ନଗଦ ରାଶି ନୁହେଁ କଏନ୍‌ର ବ୍ୟବହାର ମଧ୍ୟ ସମାନ ପରିମାଣରେ ହ୍ରାସ ପାଇବାରେ ଲାଗିଛି। ଆମେରିକାର ସୁପରମାର୍କେଟ ଠାରୁ ଆରମ୍ଭ କରି ଜାପାନର ସହର ଏବଂ ଆଫ୍ରିକାର ଗ୍ୟାସ୍‌ ଷ୍ଟେସନ ଠାରୁ ଆରମ୍ଭ କରି ତେହରାନ ପର୍ଯ୍ୟନ୍ତ ବିଶ୍ବର ବିଭିନ୍ନ ସ୍ଥାନରେ ଲୋକମାନେ ନଗଦ ରାଶି ବ୍ୟବହାର କମାଇଛନ୍ତି। କେବଳ ଗ୍ରାହକ ନୁହେଁ ବ୍ୟବସାୟୀମାନେ ମଧ୍ୟ କାଗଜ ନୋଟ୍ ନେବାକୁ ଅମଙ୍ଗ ହେଉଛନ୍ତି। ନୋଟ୍ ଜରିଆରେ କରୋନା ଭୂତାଣୁ ବ୍ୟାପିବାର ଯେଉଁ ଆଶଙ୍କା ରହିଛି ସେଥିପାଇଁ ତାହାକୁ ଗ୍ରହଣ କରିବାକୁ ବ୍ୟବସାୟୀମାନେ ରାଜି ହେଉନଥିବା ଜଣାପଡ଼ିଛି।

ଯେତେବେଳେ କରୋନା ସଙ୍କଟ ଆରମ୍ଭ ହେଲା ସେହି ସମୟରେ କେତେକ ସ୍ଥାନରେ ଲୋକମାନେ ଗ୍ଲୋଭସ୍‌ ପରିଧାନ କରି ନଗଦ ନୋଟ୍‌ କାରବାର କରୁଥିଲେ। ଅନ୍ୟ କିଛି ସ୍ଥାନରେ ବ୍ୟବସାୟୀମାନେ ନୋଟ୍‌ଗୁଡ଼ିକୁ ଗୋଟିଏ ସ୍ଥାନରେ ଦିନ ଦିନ ଧରି ରଖିବା ପରେ ତାହା ଧରିବାକୁ ସାହସ କରୁଥିଲେ। କେତେକ ଲୋକ ନୋଟ୍‌କୁ ସଂକ୍ରମଣମୁକ୍ତ କରିବା ଲାଗି ତାହା ଉପରେ ରାସାୟନିକ ପଦାର୍ଥ ସ୍ପ୍ରେ ମଧ୍ୟ କରୁଥିଲେ। କିଛି ଲୋକ ନୋଟ୍‌ଗୁଡ଼ିକ ମାଇକ୍ରୋୱେଭ୍ ଭିତରେ ଭର୍ତି କରି ଗରମ କରୁଥିଲେ। ଅତ୍ୟଧିକ ଗରମରେ କରୋନା ଭୂତାଣୁ ନଷ୍ଟ ହୋଇଯାଏ ବୋଲି ଭ୍ରାନ୍ତ ଧାରଣା ରଖି ଲୋକମାନେ ସେଭଳି କାର୍ଯ୍ୟ କରୁଥିଲେ। ଚୀନ୍‌ରେ ବ୍ୟାଙ୍କଗୁଡ଼ିକ ପ୍ରଥମେ ନୋଟ୍‌ଗୁଡ଼ିକୁ ଅତିବାଇଗଣି ଆଲୋକ ଓ ଉତ୍ତାପ ଜରିଆରେ ଷ୍ଟେରିଲାଇଜ୍ କରାଯାଉଛି। ଏହା ପରେ ସେଗୁଡ଼ିକୁ ଅତିକମ୍‌ରେ ଏକ ସପ୍ତାହ ପର୍ଯ୍ୟନ୍ତ ଅଲଗା ରଖିବା ପରେ ଗ୍ରାହକଙ୍କୁ ଦିଆଯାଉଛି। ନୋଟ୍‌ କାରବାରରେ ଅଭ୍ୟସ୍ତ ଜାପାନ‌େର ମଧ୍ୟ ଡିଜିଟାଲ୍ କାରବାର ବଢ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe